ଓଡ଼ିଶାଲାଇଭ୍ ବ୍ୟୁରୋ

ବସ୍ ଯାତ୍ରୀମାନଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬ପଇସା ବଢ଼ିଥିବାବେଳେ, ଏକ୍ସପ୍ରେସ ଭଡ଼ା ୭ ପଇସା, ଏସି ଡିଲକ୍ସ ଭଡ଼ା ୮ପଇସା ଏବଂ ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୧୭ ପଇସା ବୃଦ୍ଧି ହୋଇଛି। ଏନେଇ  ରାଜ୍ୟ ଘରୋଇ ବସ୍‌ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଦେଶରେ ତୈଳ ଦର ବୃଦ୍ଧି ହୋଇଥିବା କାରଣରୁ ତାହାର ସିଧାସଳଖ ପ୍ରଭାବ ବସ୍ ଭଡ଼ା ଉପରେ ପଡ଼ିଛି। ଭଡ଼ା ବଢ଼ିବା ଯୋଗୁଁ ଯାତ୍ରୀମାନଙ୍କ ଯାତାୟତରେ ବାଧା ଉପୁଜିବା ସହ, ସେମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶାରେ ଗତ ଜାନୁଆରି ୨୦ରେ ବସ୍ ଭଡ଼ା ବୃଦ୍ଧି ହୋଇଥିଲା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା ୧ ପଇସା ବଢ଼ିଥିଲା। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା।

LEAVE A REPLY

Please enter your comment!
Please enter your name here