ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସ୍ଵାସ୍ଥ୍ୟସେବା ଯୋଗାଉଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କରୋନା ଟିକା। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।କରୋନା ମହାମାରୀ ଭଳି ଏକ ସଂକଟ ସମୟରେ ରାଜ୍ୟବାସୀଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ପାରାମେଡିକ ଷ୍ଟାଫ୍‌ଙ୍କ ପରିବାର ଲୋକଙ୍କୁ କରୋନା ଟିକା ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମଓମାନଙ୍କୁ ଚିଠି ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ।

ପୂର୍ବରୁ ସରକାର ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ, ପୋଲିସଙ୍କୁ କୋଭିଡ୍ ଯୋଦ୍ଧାଭାବେ ପ୍ରାଥମିକତା ଆଧାରରେ ଟିକା ଦେଇଥିଲେ।

LEAVE A REPLY

Please enter your comment!
Please enter your name here