ଓଡ଼ିଶାଲାଇଭ୍ ବ୍ୟୁରୋ

ବାହୁଡ଼ାଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣ ଭେଟ। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିବେ। ମା’ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ମାଉସୀ ଘର ଯାଇଥିଲେ ମହାପ୍ରଭୁ। ଏଥିପାଇଁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ ମା’ ଲକ୍ଷ୍ମୀ।

ପ୍ରଭୁଙ୍କ ସହ ମା’ଙ୍କ ଏହି ପାରିବାରିକ ମନୋମାଳିନ୍ୟକୁ ହଟେଇବା ପାଇଁ ଗଜପତି ମହାରାଜ ନିଜେ ଜଗନ୍ନାଥଙ୍କ ସହ ମା’ ଲକ୍ଷ୍ମୀଙ୍କର ଭେଟ କରାଇବେ। ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତପାହାଚ ପାଲିଙ୍କିରେ ବିଜେ କରାଇବେ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ।

LEAVE A REPLY

Please enter your comment!
Please enter your name here