ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ରତ୍ନଭଣ୍ଡାର ମରାମତି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବିଭ୍ରାଟ ନହୁଏ ତା’ ଉପରେ ବିଶେଷ ଧ୍ୟାନ ଦିଆଯିବ। ଏଥିପାଇଁ ଦ୍ଵାରଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ। ଦିନ ୧ଟାରୁ ସନ୍ଧ୍ୟା ପ୍ରାୟ ୬ଟା ଯାଏଁ ମରାମତି କାମ ଚାଲିବ।
ଶନିବାର, ରବିବାର ଓ ବିଶେଷ ଦିନମାନଙ୍କରେ ମରାମତି କାମ ନକରିବାକୁ ପରାମର୍ଶ ଦିଆଯାଇଛି। ଦ୍ଵିତୀୟ ଭୋଗ ମଣ୍ଡପ ପରେ, ଦିନ ୧ଟାରୁ ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ମରାମତି କାମ ହେବ। ମରାମତି ସମୟରେ ବାହାର କାଠ ନିକଟରୁ ମହୁପ୍ରଭୁଙ୍କ ଦର୍ଶନ କରିପାରିବେ ସାଧାରଣ ଭକ୍ତ। ତିନିମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ କରାଯିବ। ମରାମତି କାମ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ତାନାନ୍ତର କରାଯିବ। ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବା ପରେ ଗଣତି ମଣତି କାମ ଆରମ୍ଭ ହେବ।
Tags: #ShreeMandir #RatnaBhandar #RepairWork #Puri #Odisha #ASI