ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜିଠୁ ଖୋଲିଛି ସ୍କୁଲ। କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିଲା। ତେବେ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷା ଏବଂ ଅନଲାଇନ୍ ପାଠ ପଢ଼ାର ସମସ୍ୟାକୁ ଦୃଷ୍ଟିରେ ରଖି ସୋମବାରଠାରୁ ସମସ୍ତ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଅଫଲାଇନ୍ ପାଠ ପଢ଼ା। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଛି।ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇଛି, ଯାହାକି ଦିନ ୧.୩୦ରେ ସରିବ। ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଖାଇବା ବ୍ରେକ ମିଳିବ ନାହିଁ ବୋଲି ପୂର୍ବରୁ ଗାଇଡଲାଇନରେ ସ୍ପଷ୍ଟ କରାଯାଇଥିଲା। ଏଥିସହ କରୋନା କଟକଣା ଭିତରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ପ୍ରାଥମିକତା ଦେଇ ଶ୍ରେଣୀଗୃହ ଏବଂ ସ୍କୁଲ ପରିସରକୁ ସାନିଟାଇଜ୍ କରାଯିବାକୁ ନିର୍ଦ୍ଦଶେ ଦିଆଯାଇଥିଲା। ସ୍କୁଲ ପରିସର ଭିତରେ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ ପୂର୍ବପରି ଅନ୍‌ଲାଇନ୍‌ ପାଠ ପଢ଼ା ଜାରି ରହିବ। ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ କରିବାକୁ ଚାହିଁବେ, ସେମାନେ ଘରେ ରହି କ୍ଲାସ କରିପାରିବେ। ସ୍କୁଲ ଆସିବାକୁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇନାହିଁ। ସେମାନେ ତାଙ୍କ ଅଭିଭାବକଙ୍କ ପରାମର୍ଶକ୍ରମେ ସ୍କୁଲ ଆସିବାକୁ ବିଭାଗ ତରଫରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here