ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ଜୁନ ୭ ତାରିଖରୁ ଆରମ୍ଭ ହୋଇଛି ବାରବାଟୀ ଟି-୨୦ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି। ଗତ ସୋମବାର, ଜୁନ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟି-୨୦ ମ୍ୟାଚର ପ୍ରଥମ ଅଫଲାଇନ ଟିକେଟ କିଣିଛନ୍ତି। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ବିକ୍ରି କରିଛନ୍ତି।
ପୂର୍ବରୁ ଗତ ଜୁନ ୧ ତାରିଖରେ ବିରାବାଟୀ ଟି-୨୦ ମ୍ୟାଚ ପାଇଁ ଆନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଅନଲାଇନରେ ମୋଟ ୫୦୦୦ ଟିକେଟ ବିକ୍ରି ହୋଇଛି। ଆଜିଠାରୁ ଅଫଲାଇ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଏବଂ ଅନୁଷ୍ଠାନ ଆଜି ଟିକେଟ୍ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ୍ ବିକ୍ରି କରାଯିବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦ଟାରୁ ଟିକେଟ୍ ଉପଲବ୍ଧ ହୋଇଛି। ଏଥିପାଇଁ ଟିକେଟ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ୍ ମିଳିବ।
ଆସନ୍ତା ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ନିମନ୍ତେ ୧୬,୧୫୪ଟି ଟିକେଟ୍ ବିକ୍ରି ହେବ। ଗତ ସୋମବାର ଟି-୨୦ ମ୍ୟାଚର ଅଫଲାଇନର ପ୍ରଥମ ଟିକଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିବା ଅବସରରେ ଟିକେଟ ବିକ୍ରି ନିମନ୍ତେ ସୁବ୍ୟବସ୍ଥା କରାଯାଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।
ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟିମ୍ ଇଣ୍ଡିଆ ଭେଟିବ ସାଉଥ ଆଫ୍ରିକାକୁ। ୨, ୪ ଓ ୭ ନମ୍ବର ଗ୍ୟାଲେରିରେ ସ୍ପେସାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକ ଉତ୍ସାହର ସହିତ ମ୍ୟାଚ ଦେଖିବାକୁ ଅପେକ୍ଷା କରି ରହିଛନ୍ତି।
Tags: #Sports #T20Match #Ticket #OfflineTicketSale