ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶକୁ ଚଳିତ ବର୍ଷର ମିସ୍ ଇଣ୍ଡିଆ ମିଳିଯାଇଛି। କର୍ଣ୍ଣାଟକର ସିନି ସେଟ୍ଟୀ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଛନ୍ତି। ସିନିଙ୍କ ମସ୍ତକରେ ଏବେ ଶୋଭା ପାଇଛି ମିସ୍ ଇଣ୍ଡିଆର ଆକର୍ଷଣୀୟ ମୁକୁଟ। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରାଜସ୍ଥାନର ରୁବଲ ଶେଖାଓ୍ଵତ ପ୍ରଥମ ରନର ହୋଇଥିବାବେଳେ ଉତ୍ତରପ୍ରଦେଶର ଶିନାତା ଚୌହ୍ଵାନ ଦ୍ଵିତୀୟ ରନର ଟାଇଟଲ ହାଲସ କରିଛନ୍ତି। ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ ଇଣ୍ଡିଆ ମୁକୁଟ ହାସଲ କରିବାରେ ସଫଳ ହୋଇଛନ୍ତି ସିନି ସେଟ୍ଟୀ।

ପ୍ରତି ଥର ଭଳି ଏଥର ମଧ୍ୟ ମିସ୍ ଇଣ୍ଡିଆ ପ୍ରତିଯୋଗିତା ବହୁ ଆଡ଼ମ୍ବର ଏବଂ ଆକର୍ଷଣୀୟ ଢଙ୍ଗରେ ହୋଇଥିଲା। ପ୍ରତିଯୋଗିତା ବହୁତ ଟଫ୍ ଥିଲା। ୬ ଜଣ ବିଚାରକଙ୍କ ପ୍ୟାନେଲ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ବିଜେତାଙ୍କର ଚୟନ କରିଥିଲେ। ଚଳିତ ଥର ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଚାରକ ଥିଲେ ମଲାଇକା ଆରୋରା, ନେହା ଧୁପିଆ, ଡିନୋ ମୋରିଆ, ରାହୁଲ ଖାନ୍ନା, ରୋହିତ ଗାନ୍ଧୀ ଏବଂ ଶ୍ୟାମକ ଡାବର। ଏମାନଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଚଳିତ ଥର ମିସ୍ ଇଣ୍ଡିଆ ଫିନାଲେ ମୁମ୍ବାଇର ଜିୟୋ ଓ୍ଵାର୍ଲ୍ଡ କନଭେନ୍ସନ ସେଣ୍ଟରରେ ଆୟୋଜନ କରାଯାଇଥିଲା। ବଡ଼ ଆକାରରେ ଆୟୋଜିତ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସବୁ ପ୍ରତିଯୋଗୀ ନିଜର ସୌନ୍ଦର୍ଯ୍ୟ ସହ ନିଜ ଟ୍ୟାଲେଣ୍ଟ ସୋ’ କରିଥିଲେ। ମିସ୍ ଇଣ୍ଡିଆ ପ୍ରତିଯୋଗୀଙ୍କ ଆକର୍ଷଣୀୟ ଉତ୍ତର ସମସ୍ତଙ୍କ ହୃଦୟ ଜୟ କରିପାରିଥିଲା। କିନ୍ତୁ ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଥିଲେ ସିନି ସେଟ୍ଟୀ। ସିନି ସେଟ୍ଟୀଙ୍କୁ ମିସ୍ ଇଣ୍ଡିଆ ୨୦୨୨ ଘୋଷଣା କରିବା ସମୟରେ ଖୁସୀରେ କାନ୍ଦି ପକାଇଥିଲେ ସେ।

ସିନି ସେଟ୍ଟୀ ଉଚ୍ଚ ଶିକ୍ଷିତା। ସେ ବର୍ତ୍ତମାନ ଚାଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଟ(ସିଏଫଏ) କୋର୍ସ କରୁଛନ୍ତି। ନୃତ୍ୟରେ ତାଙ୍କର ରୁଚି ମଧ୍ୟ ରହିଛି। ବର୍ତ୍ତମାନ ସେ ଭାରତ ନାଟ୍ୟମ ଶିଖୁଛନ୍ତି। ମାତ୍ର ୪ ବର୍ଷ ବୟରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ସିନି ସେଟ୍ଟୀ। ୧୪ ବର୍ଷ ପର୍ଯ୍ୟନ୍ତ ସେ ବିଭିନ୍ନ ଷ୍ଟେଜରେ ନୃତ୍ୟ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି। ସିନି କର୍ଣ୍ଣାଟକ ନିବାସୀ ହୋଇଥିଲେ ମଧ୍ୟ ତାଙ୍କର ଜନ୍ମ ମାୟା ନଗରୀ ମୁମ୍ବାଇରେ ହୋଇଥିବା ଜଣାପଡ଼ିଛି।

Tags: #MissIndia #MissIndia2022 #MissIndiaCompetition #Crown #Winner #Competition

LEAVE A REPLY

Please enter your comment!
Please enter your name here