ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ ଆଓ୍ୱାର୍ଡ ବିଜେତା ଦକ୍ଷିଣୀ ଅଭିନେତ୍ରୀ କୀର୍ତ୍ତି ସୁରେଶ୍ ଏବେ ବହୁତ ବ୍ୟସ୍ତ। ଜାତୀୟ ପୁରସ୍କାର ହାସଲ କରିବା ପରେ କୀର୍ତ୍ତିଙ୍କର ଡିମାଣ୍ଡ୍ ଆକାଶ ଛୁଆଁ। ତାଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ନୂଆ ଅଫର୍।

ବର୍ତ୍ତମାନ ସେ ବ୍ୟସ୍ତ ଅଛନ୍ତି ତାଙ୍କ ନୂଆ ପ୍ରୋଜେକ୍ଟ୍ ‘ମିସ୍ ଇଣ୍ଡିଆ’ରେ। ଏହି ତେଲୁଗୁ ଫିଲ୍ମରେ ମୁଖ୍ୟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ।

‘ଗୋଟିଏ ସାଧାରଣ ଝିଅ ଗ୍ଲାମର୍ ଦୁନିଆରେ କିପରି ତା’ର ଲକ୍ଷ୍ୟ ହାସଲ କରିଛି ତାହା ହେଲା ‘ମିସ୍ ଇଣ୍ଡିଆ’ ଫିଲ୍ମର ଷ୍ଟୋରୀ ଲାଇନ୍। ମିସ୍ ଇଣ୍ଡିଆ ପେଗାଣ୍ଟର ଗ୍ଲାମର୍ ଷ୍ଟୋରୀରୁ କିଠି ହଟ୍ କେ ରହିବ ‘ମିସ୍ ଇଣ୍ଡିଆ’। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ନରେନ୍ଦ୍ର ନାଥ ୟଦନପୁଡି।

୪ ବର୍ଷ ପୂର୍ବରୁ କାହାଣୀ ପ୍ରସ୍ତୁତ ହୋଇ ସାରିଥିଲା। କିନ୍ତୁ ଏଥିପାଇଁ ଠିକ୍ ଚେହେରା ମିଳି ନଥିଲା। ବବ୍ ଲି, ଗ୍ଲାମରସ୍, ଆଗ୍ରେସିଭ୍ ସବୁ ସେଡ୍ସ୍ ଥିବା କୀର୍ତ୍ତି ହିଁ ଏହି ଚରିତ୍ରକୁ ଠିକ୍‌ ଭାବେ କରିପାରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ।

ଅନ୍ୟ କଳାକାରଙ୍କ ମଧ୍ୟରେ ଜଗପତି ବାବୁ, ଭାନୁଶ୍ରୀ, ନାଦିଆ ନବୀନ ଚନ୍ଦ୍ରା, ରାଜେନ୍ଦ୍ର ପ୍ରସାଦ  ପ୍ରମୁଖ କୀର୍ତ୍ତିଙ୍କ ସହିତ ‘ମିସ୍ ଇଣ୍ଡିଆ’ ସ୍କ୍ରିନ୍ ସେୟାର୍ କରିବେ।

Comment