ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେମିନା ମିସ୍ ଇଣ୍ଡିଆ ୨୦୧୯ର ତାଜ୍ ପିନ୍ଧିଛନ୍ତି ରାଜସ୍ଥାନର ଝିଅ ସୁମନ ରାଓ। ୨୩ ବର୍ଷୀୟା ସୁମନ ହେଉଛନ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ରଙ୍ଗାରଙ୍ଗ ଉତ୍ସବରେ ସୁମନ ମିସ୍ ଇଣ୍ଡିଆର ହକ୍‌ଦାର ହୋଇଛନ୍ତି। ୨୦୧୮ ମିସ୍ ଇଣ୍ଡିଆ ଅନୁକୃତି ସୁମନଙ୍କୁ ଏହି ବିଜୟ ମୁକୁଟ ପିନ୍ଧାଇଛନ୍ତି। ସୁମନ ବର୍ତ୍ତମାନ ଥାଇଲ୍ୟାଣ୍ଡରେ ହେବାକୁ ଥିବା ମିସ୍ ୱାର୍ଲ୍ଡରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ।

ସେହିପରି ତେଲେଙ୍ଗାନାର ସଞ୍ଜନା ଭିଜ୍‌ଙ୍କୁ ମିସ୍‌ ଇଣ୍ଡିଆ ରନର୍ସ ଅପ୍‌-୨୦୧୯ ହୋଇଛନ୍ତି। ଅନ୍ୟପକ୍ଷରେ ଛତିଶଗଡର ଶିବାନୀ ଯାଦବ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ, ବିହାରର ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସର ଟାଇଟେଲ୍‌ ହାସଲ କରିଛନ୍ତି।

ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ଚୟନ କମିଟି ତଥା ବିଚାରକ ମଣ୍ଡଳୀରେ ରହିଥିଲେ ମନୋରଞ୍ଜନ ତଥା କ୍ରିଡ଼ା କ୍ଷେତ୍ରରେ ଅଗ୍ରଣୀ ଥିବା ଦେଶର ବଡ଼ବଡ଼ ହସ୍ତିମାନେ। ସେମାନେ ହେଲେ ଫେସନ ଡିଜାଇନର ଫାଲ୍‌ଗୁନୀ ଶାନେ ପିକକ୍‌, ମିସ୍ ୱାର୍ଲ୍ଡ ୨୦୧୮ ଭାନେସା ପୋନ୍‌କା ଡି’ ଲିଓନ, ବଲିଉଡ ଅଭିନେତ୍ରୀ ହୁମା କୁରେଶୀ, ଚିତ୍ରାଙ୍ଗଦା ସିଂ, କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜା, ଓନିଆ ଝିଅ ଦୌଡ଼ରାଣୀ ଦୂତୀ ଚାନ୍ଦ ଏବଂ ଫୁଟବଲ୍‌ ଅଧିନାୟକ ସୁନୀଲ ଛେତ୍ରୀ।

Comment