ଓଡ଼ିଶାଲାଇଭ୍ ବ୍ୟୁରୋ

ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣୁପୁରର ଝିଅ ଶୀତଲ ସାହୁ ମିସ୍ ଇଣ୍ଡିଆ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ଏପ୍ରିଲ ୨୩ରେ କୋଲକତାରେ ଅନୁଷ୍ଠିତ ଏଫବିବି କଲର୍ସ ଫେମିନା ମିସ୍ ଇଣ୍ଡିଆର ଇଷ୍ଟ ଜୋନ୍ ପ୍ରତିଯୋଗିତାରେ ସେ ମନୋନୀତ ହୋଇଛନ୍ତି।

ଜୁନ୍ ୧୫ରେ ମୁମ୍ବାଇରେ ହେବାକୁ ଥିବା ଫେମିନା ମିସ୍ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ସେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ।

ଏପ୍ରିଲ ୧୩ରେ ଏସପ୍ଲାନେଡ୍ ମଲରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆର ଭୁବନେଶ୍ୱର ଅଡିସନରେ ଅନ୍ୟ ଦୁଇ ପ୍ରତିଯୋଗୀଙ୍କ ସହ ଶୀତଲ ମନୋନୀତ ହୋଇଥିଲେ।

ମୁମ୍ବାଇର ଏକ ବେସରକାରୀ କମ୍ପାନିରେ କରୁଥିବା ଶୀତଲ ଗୁଣୁପୁରରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ୍ ପର୍ଯ୍ୟନ୍ତ ସେ ଗୁଣୁପୁରରେ ପଢ଼ୁଥିଲେ। ଏହାପରେ ବୁର୍ଲାରେ ଆଇଟିରେ ବିଟେକ ଶେଷ କରିବା ପରେ ମୁମ୍ବାଇରେ ଚାକିରି ପାଇଥିଲେ।

୨୦୧୮ରେ ଶ୍ରୁତିକ୍ଷା ନାୟକଙ୍କ ପରେ ୨୦୧୯ରେ ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି ଶୀତଲ।

Comment