ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍‍ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

‘ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା’ ଶୀର୍ଷକ ଏହି କର୍ମଶାଳାର ଆରମ୍ଭରେ ୟୁନିସେଫ୍‍ ଓଡ଼ିଶାର ଯୋଗାଯୋଗ ତଥା ଆଡଭୋକେସୀ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ୟୁନିସେଫ୍‍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡକ୍ଟର ମୋନିକା ନେଲସନ ମଧ୍ୟ ଗଣମାଧ୍ୟମକୁ ସମ୍ବୋଧିତ କରି ଲିଙ୍ଗଗତ ସମାନତା ଉପରେ ୟୁନିସେଫ୍‍ର ପ୍ରତିବଦ୍ଧତା ବିଷୟରେ କହିଥିଲେ। ୟୁନିସେଫ୍‍ ନୂଆଦିଲ୍ଲୀର ଲିଙ୍ଗଗତ ବିଶେଷଜ୍ଞ ମାଧୁରୀ ଦାସ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ପ୍ରମୁଖ ବାର୍ତ୍ତା ପ୍ରଦାନ କରିଥିଲେ।

ବରିଷ୍ଠ ଖବର ସମ୍ପାଦିକା  କସ୍ତୁରୀ ରାୟ  କର୍ମଶାଳାକୁ ପରିଚାଳନା କରିଥିଲେ। କର୍ମଶାଳାରେ ମହିଳାମାନଙ୍କ ଉପରେ ହୋଇଥିବା ଅପରାଧ ସମ୍ପର୍କିତ ରିପୋର୍ଟିଂ କରିବା ସମୟରେ ଆବଶ୍ୟକୀୟ ଲିଙ୍ଗଗତ ସମ୍ବେଦନଶୀଳତା ପଦ୍ଧତିକୁ ଅନ୍ତର୍ଭୂକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଅଂଶଗ୍ରହଣକାରୀମାନେ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ରିପୋର୍ଟିଂ କରିବା ସମୟରେ ନିଜର କର୍ମକ୍ଷେତ୍ର ଏବଂ ବାହ୍ୟ ପରିବେଶରେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ବାଧାବିଘ୍ନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରାଯାଇନଥାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏ ଅବସରରେ ରାଧିକା ଶ୍ରୀବାସ୍ତବ କହିଥିଲେ,“ବ୍ୟକ୍ତିର ମାନସିକତା ଏବଂ ଧାରଣାକୁ ପରିବର୍ତ୍ତନ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରୁଥିବା ଗଣମାଧ୍ୟମ ଏହାର ବହୁଳ ପ୍ରସାର।”

ସେହିପରି ମାଧୁରୀ ଦାସ କହିଥିଲେ,“ଖବର ପ୍ରକାଶନର ନିଷ୍ପତ୍ତି ନେଉଥିବା ସମ୍ପାଦକୀୟ ବିଭାଗଠାରୁ ଆରମ୍ଭ କରି ଖବର ଏକାଠି ହୋଇ ରହୁଥିବା ସ୍ଥାନ, ହେଡ଼ଲାଇନ ସହିତ କାହାଣୀର  ପ୍ରକାଶନ ପର୍ଯ୍ୟନ୍ତ ଲିଙ୍ଗଗତ ସମାନତାକୁ ବିଚାର କରାଯିବାର ଆବଶ୍ୟକତା ରହିଛି। “

କର୍ମଶାଳାରେ ଉପସ୍ଥିତ ସାମ୍ବାଦିକ ଓ ସାମ୍ବାଦିକାମାନଙ୍କ ମଧ୍ୟରେ ଏକ ଗୋଷ୍ଠୀ କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା। କାର୍ଯ୍ୟରତ ସାମ୍ବାଦିକ ଓ ସାମ୍ବାଦିକାମାନେ ଲିଙ୍ଗଗତ ପକ୍ଷପାତିତାର ରିପୋର୍ଟିଂ ଏବଂ ଲେଖବା ସମୟରେ ସାମ୍ନା କରୁଥିବା ଆହ୍ୱାନ ଏବଂ ଏହା ଉପରେ ସେମାନଙ୍କର ଚିନ୍ତାଧାରାକୁ ପରିପ୍ରକାଶ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା।

Tags: #Workshop #gendersensitive #reporting #UNICEF #crown #journalism #MonikaNelson

Comment