ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ। ୨୦୨୦ ମସିହା ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି ତେଜସ୍ୱିନୀ ବେହେରା। ଶୁକ୍ରବାର ଦିନ ପ୍ରକାଶିତ ଫଳାଫଳରେ ବାଜି ମାରିଛନ୍ତି ଝିଅ। ଟପ୍ ୧୦ ତାଲିକାରେ ୭ ଜଣ ଝିଅ ରହିଥିବାବେଳେ ୩ ଜଣ ପୁଅ ରହିଛନ୍ତି। ଟପ୍ ୩ ମଧ୍ୟ ଝିଅମାନେ ଅକ୍ତିଆର କରିଛନ୍ତି।

ସୂଚନା ଅନୁସାରେ ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେତ୍ସ୍ନା ଦାଶ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଅନନ୍ୟା ସୃଷ୍ଟି ଶତପଥୀ। ସେହିପରି ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତେୱାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡ଼ଙ୍ଗୀ ଏବଂ ଦଶମ ସ୍ଥାନରେ ରହିଛନ୍ତି ତପତି ରାଜ।

ଓସିଏସ ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ମୋଟ ୧୪୮ ଜଣ ଝିଅ ରହିଛନ୍ତି। ଏହି ପରୀକ୍ଷାରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କ ତାଲିକା ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ କରାଯିବ। ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ଫଳାଫଳ ଜାଣିପାରିବେ।

Tags: #OdishaCivilService #Exam #Results #Topper #TejaswiniBehera #OCSExam

LEAVE A REPLY

Please enter your comment!
Please enter your name here