ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ମଶାମାନଙ୍କ ପ୍ରାଦୁର୍ଭାବକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ିଛି। ମ୍ୟାଲେରିଆ, ଟାଇଫଏଡ ଏବଂ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ମଶା ମାରିବା ଏବଂ ମଶା ବଂଶ ବିସ୍ତାର ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ଏଣିକି ରାଜଧାନୀ ଭୁବନେଶ୍ଵରରେ ମଶା ଦମନ ପାଇଁ ଡ୍ରୋନର ବ୍ୟବହାର କରାଯିବ ବୋଲି ଗୁରୁବାର ଦିନ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ସେ କହିଛନ୍ତି ଯେଉଁ ସ୍ଥାନଗୁଡ଼ିକ ଯିବା ସମ୍ଭବପର ହେଉ ନାହିଁ ସେଠାରେ ମଶା ମାରିବା ପାଇଁ ଡ୍ରୋନର ବ୍ୟବହାର କରାଯିବ। ମଶା ବଂଶ ବିସ୍ତାର ରୋକିବା ଲାଗି ଏକ ମାସ ପର୍ଯ୍ୟନ୍ତ ମଶା ମରିବା ପାଇଁ ରହିଥିବା ତେଲ ଓ ମଶା ମରା ଧୂଆଁ ଛାଡ଼ିବା ଅଭିଯାନକୁ ବ୍ୟାପକ କରାଯିବ। ଟିଫା ମେସିନ ଓ ଟିମ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯିବ।

ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନ ଚିହ୍ନଟ କରିବା ସହ ଏହାର କାରଣ ଖୋଜିବା ଏବଂ ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର। ଅପହଞ୍ଚ ଅଞ୍ଚଳ ଏବଂ ଜଳଉତ୍ସଗୁଡ଼ିକରେ କେମିକାଲ ସ୍ପ୍ରେ କରିବା ନିମନ୍ତେ ଏବେ ଡ୍ରୋନ୍‌ର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

Tags: #Mosquitoes #Disease #Bhubaneswar #BMC #BMCCommissioner #BijayAmrutaKulange

LEAVE A REPLY

Please enter your comment!
Please enter your name here