ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ ଗଭୀର ଶ୍ରଦ୍ଧାଞ୍ଜଳି ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ ଏକ ପ୍ରୟାସ ମଧୁବାବୁଙ୍କ ଜୟନ୍ତୀ ଅବସରରେ ଶୁଣନ୍ତୁ ସଠିକ୍ ଢଙ୍ଗରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’।

ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ପ୍ରତିଟି ଓଡ଼ିଆଙ୍କ ଭାବନା ସହ ଜଡ଼ିତ ଏହି ଗୀତ। ବ୍ରିଟିଶ ଭାରତରେ ବିଖଣ୍ଡିତ ଓଡ଼ିଶାକୁ ଏକଜୁଟ କରିବାରେ ଏହି ଗୀତ ପ୍ରମୁଖ ଭୂମିକ ଗ୍ରହଣ କରିଥିଲା। ତେଣୁ ‘ବନ୍ଦେ ଉତ୍କଳ ଜନନୀ’କୁ ମନଇଚ୍ଛା ନ ଗାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ସୀମା ୨ ମିନିଟ୍‌ ୧୧ ସେକେଣ୍ଡରେ ସଠିକ୍ ଭାବେ ଗାଇବା ଆବଶ୍ୟକ। ଶୁଣନ୍ତୁ, ସଠିକ୍ ଢଙ୍ଗରେ ରାଜ୍ୟ ସଙ୍ଗୀତ।

ରାଜ୍ୟ ସଂଗୀତ ‘‌ବନ୍ଦେ ଉତ୍କଳ ଜନନୀ’ ପାଇଁ ନୂଆ ନିୟମ। ‘ବନ୍ଦେ ଉତ୍କଳ ଜନନୀ’କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏବଂ ସଠିକ୍ ଭାବେ ଏହି ଗୀତ ଗାଇବା ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ଅନୁରୋଧ କରାଯାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ୨ ମିନିଟ୍‌ ୧୧ ସେକେଣ୍ଡର ଏହି ସଙ୍ଗୀତକୁ ଡାଉନଲୋଡ କରିବା ନିମନ୍ତେ ଲିଙ୍କ ମଧ୍ୟ ଦିଆଯାଇଛି।

ପ୍ରସ୍ତୁତ କରାଯାଇଥିବା ଗାୟନର ଅନୁମୋଦିତ ସ୍ଵର, ଶୈଳୀ ଓ ଅବଧିକୁ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଅନୁସରଣ କରିବା ସହ ପାଳନ କରିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ନେଇ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Aslo Read

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ନିଜ ଛୋଟ ଜୀବନରେ ଅନେକ ଅବଦାନ ଦେଇଥିଲେ ମଧୁବାବୁ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୨୦୨୦ ମସିହା ଜୁନ ୭ ତାରିଖ ଦିନ ମନ୍ତ୍ରିମଣ୍ଡଳ ବୈଠକରେ ଗୃହୀତ ହେବା ପରେ ‘ରାଜ୍ୟ ସଙ୍ଗୀତର ମାନ୍ୟତା’ ମିଳିଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ ଗାୟନର ଅନୁମୋଦିତ ସ୍ଵର, ଶୈଳୀ ଏବଂ ଅବଧିକୁ ଅନୁସରଣ କରି ପରିବେଷଣ କରିବା ଉଚିତ ବୋଲି ଦର୍ଶାଇ ସେହିଦିନ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

କିନ୍ତୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏହି ସଙ୍ଗୀତକୁ ଠିକ ଭାବେ ପରିବେଷଣ କରୁନଥିବା ଦେଖିବାକୁ ମିଳିଥିଲା। ‘ବନ୍ଦେ ଉତ୍କଳ ଜନନୀ’ ଗାୟନକୁ ଅଗ୍ରାଧିକାର ଦେଇ ବିଭାଗ ପକ୍ଷରୁ ଏହିପରି ନିର୍ଦ୍ଦେଶ ଜାରି କରାଯାଇଛି।

Tags: #MadhuBabu #UtkalGouravMadhusudanDas #MadhusudanDas #MadhuBarrister #BandeUtkalJanani #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ

LEAVE A REPLY

Please enter your comment!
Please enter your name here