ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଦିନ ହୀରାକୁଦର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵରେ ୧୩ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୭ଟି ଗେଟ୍ ଖୋଲାଯାଇଛି। ଏହା ପୂର୍ବରୁ ଗୁରୁବାର ସକାଳେ ୮ଟି ଗେଟ୍ ଏବଂ ମଧ୍ୟାହ୍ନରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ସେହିପରି ବୁଧବାର ଅପରାହ୍ଣ ୪ଟା ବେଳେ ୨ଟି ଗେଟ୍ ଖୋଲାଯାଇଥିଲା।

ଏହା ପୂର୍ବରୁ ଗତ ଜୁଲାଇ ୨୨ ତାରିଖରେ ହୀରାକୁଦର ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୭ଟି ଗେଟ୍ ଖୋଲାଯାଇଥିଲା। ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।

Tags: #Hirakud #gate #odisha #waterrelease

LEAVE A REPLY

Please enter your comment!
Please enter your name here