ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସା ନରମି ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। କେମିତି ତାଙ୍କର ମୃତ୍ୟୁ ହେଲା ତା’ର ସଠିକ୍ କାରଣ ଜଣାପଡ଼ିନଥିବାବେଳେ ମାମଲା ରୁଜୁ କରିଛି ପୋଲିସ।
ନ୍ୟାୟ ନମିଳିବା ଯାଏଁ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ଅଡ଼ି ବସିଥିଲେ ମୃତ ଆଲିଶାଙ୍କ ସ୍ୱାମୀ। କିନ୍ତୁ ତାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରିବା ପରେ ଆଲିସା ଲୁଗୁନଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି।
ରବିବାର ସନ୍ଧ୍ୟାରେ ଏକ ଘରୋଇ ବସ୍ କିଛି ଯାତ୍ରୀଙ୍କୁ ଧରି ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲାବେଳେ ଏସଟିଆଇ ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲା। ପରେ କାରରେ ବସିଥିବା ଯୁବକ ବସ୍ ଡ୍ରାଇଭରର ଓ କଣ୍ଡକ୍ଟର ସହ ପାଟିତୁଣ୍ଡ କରିଥିଲେ। ପରେ କାରରେ ଥିବାର ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ ଏବଂ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ ହଠାତ ବହୋସ ହୋଇଯାଇଥିଲେ ଏଏସଆଇ ଆଲିସା।
ଗୁରୁତର ଅବସ୍ଥାରେ ଆଲିସାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଆଲିସା ସୁସ୍ଥ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଆଲିସା ନରମି ଲୁଗୁନ। ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବାବେଳେ ହଠାତ ଏଏସଆଇ ଆଲିସାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ବଢ଼ିବାକୁ ଲାଗିଛି।