ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା। ଶୁକ୍ରବାର ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି ନେତା ପ୍ରେମଚାନ୍ଦ ବୈରାବା ଏବଂ ଦିୟା କୁମାରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଜୟପୁରର ଆଲବର୍ଟ ହଲ ମ୍ୟୁଜିୟମ ସମ୍ମୁଖରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଗେହଲୋତ ଏବଂ ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।  

ଚଳିତ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ କ୍ଷମତା ହାସଲ କରିଥିଲା ବିଜେପି। ଦଳ ୨୦୦ଟି ଆସନରୁ ୧୧୫ଟି ଜିତିବାରେ ସଫଳ ହୋଇଥିଲା। ସେହିପରି କଂଗ୍ରେସକୁ ୬୯ଟି ସିଟ୍ ମିଳିଥିବାବେଳେ ଅନ୍ୟ ଦଳମାନଙ୍କୁ ୧୫ଟି ସିଟ୍ ମିଳିଥିଲା। କେବଳ ଗୋଟିଏ ଆସନରେ ଭୋଟିଂ ହୋଇନଥିଲା।     

ରାଜସ୍ଥାନରେ କ୍ଷମତାକୁ ଆସିବାପରେ ଭଜନଲାଲ ଶର୍ମାଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚୟନ କରାଯାଇଥିଲା। ଏନେଇ ମଙ୍ଗଳବାର ହୋଇଥିବା ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। 

Tags: #BhajanlalSharma #NewCM #Swearing-in-Ceremony #Jaipur #Rajasthan

LEAVE A REPLY

Please enter your comment!
Please enter your name here