ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ଗୁରୁବାର ଦିନ ଏସଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ବିନିମୟ ହୋଇଥିଲା। ଏବେ ମାଓବାଦୀଙ୍କୁ ଦମନ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଶୁକ୍ରବାର ଦିନ ବୌଦ୍ଧ ଓ କନ୍ଧମାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଏହି ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓବାଦୀ ସାମଗ୍ରୀ ଜବତ କରାଯାଇଥିବା ବୌଦ୍ଧ ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି। ଗୁରୁବାର ଦିନ ହୋଇଥିବା ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

କନ୍ଧମାଳ ପଟୁ ୭ଟି ଟିମ ଓ ବୌଦ୍ଧ ପଟୁ ୫ଟି ଟିମ ଏହି ଭିଯାନରେ ସାମିଲ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓବାଦୀ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଏଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିଛିଦିନ ପୂର୍ବରୁ ଶଗଡ଼ା ଫାଣ୍ଡି ତିଲପଙ୍ଗା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଥିଲା।

ଗତ ନଭେମ୍ବର ୧୯ ତାରିଖରେ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ରାବଣେଶ୍ଵର ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲୁଥିବା ସୂଚନା ପାଇ ବୌଦ୍ଧ ଡିଭିଏଫ ଓ ଏସଓଜି ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀମାନେ ବୋମା ପକାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯାବାନଙ୍କ ଜୋରଦାର ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ।

Tags: #Boudh #SOGJawan #Maoist #ExchangeFire #Odisha #SearchOperation

LEAVE A REPLY

Please enter your comment!
Please enter your name here