ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଥିବା ମିଡିଆ ମ୍ୟୁଜିୟମ ବୁଲି ଦେଖିଛନ୍ତି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ। ଗୁରୁବାର ଦିନ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଡିଆ ମ୍ୟୁଜିୟମ ଦେଖି ବେଶ୍‍ ଖୁସିବ୍ୟକ୍ତ କରିଥିଲେ।

ଆଇଆଇଏମସି ମିଡିଆ ମ୍ୟୁଜିୟମରେ ବିଭିନ୍ନ ଐତିହାସିକ ଘଟଣାବଳୀର ଖବରକାଗଜ ପୃଷ୍ଠା, ଦେଶର ପ୍ରଥମ ଖବରକାଗଜର ପ୍ରଥମ ସଂସ୍କରଣ, ପୁରାତନ ରେଡିଓ, ଟେପ୍‍ ରେକର୍ଡର, ଟେଲିଭିଜନ, କମ୍ପ୍ୟୁଟର ଆଦି ଯୋଗାଯୋଗ ଉପକରଣ ରହିଛି। ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସଂସ୍ଥାନର ଶିକ୍ଷାର୍ଥୀମାନେ ବିଭିନ୍ନ ଉପକରଣର କାର୍ଯ୍ୟାବଳୀ ଓ ତାହାର ବୈଶିଷ୍ଟ୍ୟ ବୁଝାଇଥିଲେ।

ତାଳପତ୍ର ପୋଥିରୁ ଡିଜିଟାଲ ମିଡିଆ ପର୍ଯ୍ୟନ୍ତ ବିଭିନ୍ନ ବିବର୍ତ୍ତନ ବିଷୟରେ ମଧ୍ୟ କିଛି ଧାରଣା ଦେଇଥିଲେ। ପରେ ଏକ କୁଇଜ୍‍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା। ସଠିକ୍ ଉତ୍ତରଦାତାଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

ସେହିପରି ଶୁକ୍ରବାର ଦିନ ମନଫର୍ଟ ସ୍କୁଲ ଓ ସେଣ୍ଟ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀ ମିଡିଆ ମ୍ୟୁଜିୟମ ବୁଲି ଦେଖିଥିଲେ।

 Tags: #IIMCDhenkanal #IIMCMediaMuseum #Odisha #SchoolStudent

LEAVE A REPLY

Please enter your comment!
Please enter your name here