ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳର ଦିନ। ସ୍ପଷ୍ଟ ହେବ ନିର୍ବାଚନ ଲଢ଼ିଥିବା ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ରାଜେନୖତିକ ଭାଗ୍ୟ। ଏଥିପାଇଁ ସାରାଦେଶରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ସବୁ ଲୋକ ଏହାକୁ ନେଇ ଅନେକ ଉତ୍ସାହିତ ଅଛନ୍ତି।

ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ଚମକପୂର୍ଣ୍ଣ ପ୍ରଦର୍ଶନ

  • ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟରେ ଥିବା ସମାଜବାଦୀ ପାର୍ଟି ୩୫ଟି ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି। ଏଠାରେ ବିଜେପି ୩୪ଟି ଆସନରେ ଆଗୁଆ ଚାଲିଛି।

ପଞ୍ଜାବରେ ଅଦ୍ଭୁତ ଚିତ୍ର, ଆତଙ୍କବାଦ ଅଭିଯୁକ୍ତ ଅମୃତପାଲ ସିଂହ ଖଦୁର ସାହେବ ସିଟରୁ ଆଗୁଆ

  • ଅମୃତପାଲ ସିଂହ ଏବେ ଆସାମର ଜେଲରେ ଥିବାବେଳେ ସେ ପଞ୍ଜାବର ଖଦୁର ସାହେବ ସିଟରୁ ନିର୍ଦଳୀୟ ନିର୍ବାଚନ ଲଢୁଛନ୍ତି। ସେ ୨ ଲକ୍ଷ ୮୪ ଭୋଟ୍ ପାଇଥିବାବେଳେ ପ୍ରାୟ ୧ ଲକ୍ଷ ୨୪ ହଜାର ଭୋଟରେ ଆଗୁଆ ରହିଛନ୍ତି।

ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ପଛରେ ପଡ଼ିଛନ୍ତି ବିଜେଡିର ବହୁ ହେଭିୱେଟ୍ ନେତା

  • ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମୟୂରଭଞ୍ଜରେ ସୁଦାମ ମାର୍ଣ୍ଡି, ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ର, କଳାହାଣ୍ଡିରେ ଲମ୍ବୋଦର ନିଆଳ ଓ କୋରାପୁଟରେ କୌଶଲ୍ୟା ହିକକା ପଛୁଆ ରହିଛନ୍ତି।

ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ବିଜେପିକୁ ଝଟକା, ଚମକିଲା ଇଣ୍ଡି ମେଣ୍ଟ

  • ସବୁଠୁ ଅଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ବିଜେପିକୁ ଝଟକା ଲାଗିଛି। ଦିନ ୧୨ଟା ୩୦ ସୁଦ୍ଧା ଏଠାରେ ଦଳ ମାତ୍ର ୩୬ଟି ସିଟରେ ଆଗୁଆ ଚାଲିଛି। ଏଠାରେ ଇଣ୍ଡି ମେଣ୍ଟରେ ଥିବା ସମାଜବାଦୀ ପାର୍ଟି ୩୪ଟି ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।
  • ମହାରାଷ୍ଟ୍ରରେ ମଧ୍ୟ ଏନଡିଏକୁ କଡ଼ା ଟକ୍କର ଦେଉଛି ଇଣ୍ଡି ମେଣ୍ଟ। ଏଠାରେ ଏନଡିଏରୁ ବିଜେପି ୧୧ଟି ଓ ଶିବସେନା ୭ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି କଂଗ୍ରେସ ୧୧ଟି, ଶିବସେନା(ୟୁବିଟି) ୯ଟି ଏବଂ ଏନସିପି(ପିଏସପି) ୮ଟି ଆସନରେ ଆଗୁଆ ରହିଛନ୍ତି।
  • ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ୩୧ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୦ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ମୁଖ୍ୟତଃ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।

  • ନବରଙ୍ଗପୁର, କଳାହାଣ୍ଡି ଏବଂ ବରଗଡ଼ ଆସନରେ ବିଜେପି ପ୍ରାର୍ଥୀମାନେ ଆଗରେ ରହିଥିବା ବେଳେ କୋରାପୁଟରେ କଂଗ୍ରେସ ଏବଂ କନ୍ଧମାଳରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି।
  • କୋରାପୁଟ ଆସନରୁ ବର୍ତ୍ତମାନ ସାଂସଦ ଥିବା କଂଗ୍ରେସର ସପ୍ତଗିରି ଉଲାକା ଆଗରେ ରହିଛନ୍ତି।
  • ସକାଳ ୧୧ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସପ୍ତଗିରିଙ୍କୁ ୬୧ ହଜାର ୩୯୩ ଭୋଟ୍ ମିଳିଛି। ସେ ବିଜେଡ଼ି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କଠାରୁ ୧୩ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କୌଶଲ୍ୟାଙ୍କୁ ୪୮ ହଜାର ୩୨୯ ଭୋଟ୍‌ ମିଳିଛି।
  • କନ୍ଧମାଳ ଆସନରେ ବିଜେଡ଼ିର ସାଂସଦ ଅଚ୍ୟୁତ ସାମନ୍ତ ଆଗୁଆ ରହିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କଠାରୁ ୫ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।
  • ଅଚ୍ୟୁତ ସାମନ୍ତଙ୍କୁ ୧ ଲକ୍ଷ ୪୧ ହଜାର ୫୩୨ ଭୋଟ୍ ମିଳିଥିବା ବେଳେ ସୁକାନ୍ତ ପାଣିଗ୍ରାହୀଙ୍କୁ ୧ ଲକ୍ଷ ୩୬ ହଜାର ୫୦୧ ଭୋଟ୍ ମିଳିଛି। ସେହିପରି କଂଗ୍ରେସର ଅମିର୍ ଚାନ୍ଦ ନାୟକ ୩୦ ହଜାର ୧୭୮ ଭୋଟ୍ ପାଇଛନ୍ତି।
  • କଳାହାଣ୍ଡି ଆସନରେ ବିଜେପିର ମାଳବିକା କେଶରୀ ଦେଓ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ପ୍ରାୟ ୪୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି।
  • ମାଳବିକାଙ୍କୁ ୧ ଲକ୍ଷ ୫୦ ହଜାର ୩୭୨ଟି ଭୋଟ୍ ମିଳିଛି। ସେହିପରି ବିଜେଡ଼ିର ଲମ୍ବୋଦର ନିଆଳଙ୍କୁ ୧ ଲକ୍ଷ ୧୦ ହଜାର ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ଦ୍ରୌପଦୀ ମାଝୀ ୮୩ ହଜାର ୩୫ ଭୋଟ୍ ପାଇଛନ୍ତି।

ସାରା ଭାରତରେ ଏନଡିଏକୁ କଡ଼ା ଟକ୍କର ଦେଉଛି ଇଣ୍ଡି ମେଣ୍ଟ

  • ଦିନ ୧୧ଟା ସୁଦ୍ଧା ଏନଡିଏ ୨୯୦ଟି ସିଟରେ ଆଗୁଆ ଥିବାବେଳେ ଇଣ୍ଡି ମେଣ୍ଟ ୨୩୦ରୁ ଅଧିକ ସିଟରେ ଆଗୁଆ ରହିଛି।
  • କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲି ଓ ୱାଏନାଡ ଆସନରୁ ଆଗୁଆ ରହିଛନ୍ତି।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ

ବାଲେଶ୍ୱରରେ ପ୍ରତାପ ନନା ଆଗରେ

  • ବାଲେଶ୍ୱରରେ ବର୍ତ୍ତମାନର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଗରେ ଅଛନ୍ତି। ତାଙ୍କୁ ୩୨ ହଜାର ୪୪୦ ଭୋଟ ମିଳିଛି। ତାଙ୍କ ପଛରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୨୩ ହଜାର ୨୭୬ ଭୋଟ ମିଳିଛି।
  • ଲେଖାଶ୍ରୀଙ୍କଠାରୁ ପ୍ରତାପ ୯ ହଜାର ୧୬୪ ଭୋଟରେ ଆଗରେ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ହେଭିୱେଟ ନେତା ଶ୍ରୀକାନ୍ତ ଜେନାଙ୍କୁ ୧୦ ହଜାର ୮୮୫ଟି ଭୋଟ ମିଳିଛି।

ପୁରୀରେ ସମ୍ବିତ ଆଗରେ, ଅରୂପ ପଛରେ

  • ପୁରୀ ଲୋକସଭା ଆସନରେ ବିଜେପିର ସମ୍ବିତ ପାତ୍ର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୧୫ ହଜାରୀ ୫୪୩ ଭୋଟରେ ଆଗୁଆ ଅଛନ୍ତି। ସମ୍ବିତଙ୍କୁ ୮୮ ହଜାର ୬୪୭ ଭୋଟ ମିଳିଥିବା ବେଳେ ଅରୂପ ପାଇଛନ୍ତି ୭୩ ହଜାର ୭୧ ଭୋଟ।
  • ଗତ ନିର୍ବାଚନରେ ଏଠାରେ ସମ୍ବିତ ପାତ୍ର ଜିତୁ ଜିତୁ ହାରିଥିଲେ। ଏଥର ତାଙ୍କର ବିଜୟର ସମ୍ଭାବନା ରହିଛି।

ସମ୍ବଲପୁରରେ ଧର୍ମେନ୍ଦ୍ର ଆଗରେ, ବବି ପଛରେ

  • ନିର୍ବାଚନ କମିଶନଙ୍କ ୱେବସାଇଟରେ ଦିନ ୧୧ଟା ସୁଦ୍ଧା ହୋଇଥିବା ଅପଡେଟ୍ ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୫୪ ହଜାର ୩୩୮ ଭୋଟ ପାଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଣବ ପ୍ରକାଶ ଦାସ ୪୧ ହଜାର ୨୫୩ ଭୋଟ ପାଇ ୧୩ ହଜାର ୦୮୫ ଭୋଟରେ ପଛୁଆ ଅଛନ୍ତି।
  • ସେଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଜେଡି ନେତା ନଗେନ୍ଦ୍ର ପ୍ରଧାନ ତୃତୀୟ ସ୍ଥାନରେ ଅଛନ୍ତି। ସେ ୭ ହଜାର ୬୮୭ ଭୋଟ ପାଇଛନ୍ତି।
  • ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୮ଟି ଲୋକସଭା ଆସନରୁ ବିଜେପି ୧୫ଟି, ବିଜେଡି ୨ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ।
  • ଓଡ଼ିଶାରେ ବିଜେଡିଠାରୁ ଆଗରେ ଚାଲିଛି ବିଜେପି।
  • ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ୨୦୦ରୁ ଅଧିକ ସିଟରେ ଆଗୁଆ। ଇଣ୍ଡି ମେଣ୍ଟ ୧୫୦ରୁ ଅଧିକ ସିଟରେ ଆଗୁଆ।
  • ଭୋଟ୍ ଗଣତିରେ ପ୍ରଥମେ ପୋଷ୍ଟାଲ ବାଲଟଗୁଡ଼ିକର ଗଣନା ଚାଲିଛି।

Tags: #LokSabhaEleCtions #Counting #Candidates #Politics #ECI #India #ଲୋକସଭାନିର୍ବାଚନ୨୦୨୪

LEAVE A REPLY

Please enter your comment!
Please enter your name here