ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରୁ ଆସିଛି ବଡ଼ ଜନାଦେଶ। ଏହି ଆସନରେ ପଦ୍ମ ଫୁଟିଛି। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି।

୨୦୦୦ ମସିହାରୁ ଏହି ଆସନଟି ବିଜେଡି କବ୍ଜାରେ ରହିଥିଲା। ଅଶୋକ ପଣ୍ଡା ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ହେଲେ ୨୦୧୯ ନିର୍ବାଚନରେ ବାବୁ ସିଂ ବିଜେଡି ଶିବିର ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ଏକାମ୍ର ଆସନରୁ ପ୍ରାର୍ଥୀ ହୋଇ ଅଶୋକ ପଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ। ତେବେ ବାବୁ ସିଂ ସେତେବେଳେ ପରାଜିତ ହୋଇଥିଲେ।

୨୦୨୪ ନିର୍ବାଚନରେ ଏକାମ୍ର ଆସନ ବଡ଼ ପରିବର୍ତ୍ତନ ଦେଖିଛି। ବିଜେଡି ଗଡ଼ରେ ପଦ୍ମ ଫୁଟିଛି। ଅଶୋକ ପଣ୍ଡାଙ୍କୁ ପରାଜିତ କରି ବାବୁ ସିଂ ବିଜୟୀ ହୋଇଛନ୍ତି।

Tags: #OdishaElections2024 #CountingUpdates #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here