ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ଏଠାରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଦୀର୍ଘ ୫ ବର୍ଷର ଅପେକ୍ଷା ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଏନେଇ ଗୁରୁବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୫ ମସିହା ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହା ଭିତରୁ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ତେବେ ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଚେନ୍ନାଇରେ ହେବାକୁଥିବା ବେଳେ ଦ୍ଵିତୀୟ ମ୍ୟାଚ କୋଲକାତାରେ, ତୃତୀୟ ମ୍ୟାଚ ରାଜକୋଟରେ, ଚତୁର୍ଥ ମ୍ୟାଚ ପୁଣେରେ ଏବଂ ପଞ୍ଚମ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ମୁମ୍ବାଇରେ ଖେଳାଯିବ।

ସେହିପରି ଉଭୟ ଦଳଙ୍କ ମଧ୍ୟରେ ନାଗପୁରରେ ପ୍ରଥମ ଦିନିକିଆ ମ୍ୟାଚ ହେବାକୁଥିବାବେଳେ କଟକ ଓ ଅହମଦାବାଦରେ ଦ୍ଵିତୀୟ ଏବଂ ତୃତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ।

ବାରବାଟୀ ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୨୨ ମସିହା ଜୁନ୍ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହାପୂର୍ବରୁ ୨୦୧୯ ମସିହା ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏଠାରେ ଶେଷ ଦିନିକିଆ ମ୍ୟାଚ ଖେଳାଯାଇଥିଲା।

Tags: #BarabatiStadium #InternationalCricket #IndiavsEngland #ODI #Cricket #Cuttack

LEAVE A REPLY

Please enter your comment!
Please enter your name here