ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ଵରସ୍ଥିତ ସରକାରୀ ବାସଭବନ ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଘରକୁ ଭଙ୍ଗାଯାଇଛି।

ସରକାରୀ କ୍ଵାର୍ଟର ପରିସରରେ ବିଳାଶପୂର୍ଣ୍ଣ କୋଠା ସହ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ ହୋଇଥିଲ। ଏଗୁଡ଼ିକୁ ଭଙ୍ଗା ଯାଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ।

ସେ କହିଛନ୍ତି, ସରକାରୀ କ୍ଵାର୍ଟର ଭିତରେ ବଙ୍କର କରାଯାଇଥିବା ନେଇ ଯେଉଁ ଖବର ପ୍ରସାରଣ କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ। ମୋତେ କ୍ଵାର୍ଟର ଛାଡ଼ିବା ପାଇଁ ସମୟ ଦିଆଯାଇଛି ଓ ମୋ ହାତରେ ଆସନ୍ତା ଜୁଲାଇ ୧୫ ତାରିଖ ଯାଏଁ ସମୟ ରହିଛି। ନିୟମ ଅନୁଯାୟୀ ସରକାରୀ କ୍ଵାର୍ଟର ଯେଉଁଭଳି ଅବସ୍ଥାରେ ନିଆଯାଏ ସେହିଭଳି ଫେରାଯାଏ।। ଲୋକଙ୍କ ଅଭିଯୋଗ ଶୁଣାଣି ଏବଂ ସୁବିଧା ଲାଗି କ୍ଵାର୍ଟର ପରିସରରେ କିଛି ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା। ସେଗୁଡ଼ିକ ଭାଙ୍ଗିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଣବ ଦାସ କହିଛନ୍ତି।

Tags: #PranabPrakashDas #Politics #Odisha #DemolitionofGovtQuarters

LEAVE A REPLY

Please enter your comment!
Please enter your name here