ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବୁଧବାର ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି ପୁଅ। ଏକ ଆଇନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଅନିରୁଦ୍ଧ ଚୌଧୁରୀ ନିଜ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଛନ୍ତି। ମଞ୍ଚେଶ୍ଵର ଥାନା ରଙ୍ଗମାଟିଆସ୍ଥିତ ଡିଏଚପିଏଲ୍‌ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା।

ବୁଧବାର ସକାଳେ ଅନିରୁଦ୍ଧ ନିଜ ବାପାଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ମୃତ ସୁନିଲ ଚୌଧୁରୀଙ୍କ ପତ୍ନୀ ମଧ୍ୟ ଘରେ ଥିଲେ। ଏହାପରେ ତାଙ୍କ ଚିତ୍କାର ଯୋଗୁଁ ଆପାର୍ଟମେଣ୍ଟର ଲୋକେ ଏହି ହତ୍ୟା ବିଷୟରେ ଜାଣି ପୋଲିସକୁ ସୂଚନା ଦେଇଥିଲେ।   

ଖବର ପାଇ ମଞ୍ଚେଶ୍ୱର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଫରେନସିକ ଟିମ ଘଟଣାସ୍ଥଳରେ ଯାଞ୍ଚ କରିଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ ମୃତ ବାପା ସୁନୀଲ ଚୌଧୁରୀ ନାଲକୋର ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ। ତେବେ, ପୁଅ ଅନିରୁଦ୍ଧ ପ୍ରାୟ ୨୫ ଲକ୍ଷ୍ୟ ଟଙ୍କାର ଋଣ ବୋଝରେ ବୁଡି ରହିଥିଲେ। ଏହାକୁ ସୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ ସେ କ୍ରୋଧରେ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି।

Tags: #Bhubaneswar #Murder #LawProfessor #Crime

LEAVE A REPLY

Please enter your comment!
Please enter your name here