ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ହାଇବ୍ରିଡ ମଡେଲରେ ପାକିସ୍ତାନ ବଦଳରେ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆର ମ୍ୟାଚ ଆୟୋଜନ କରିବା ପାଇଁ ବିସିସିଆଇ ଆଇସିସିକୁ ଅପିଲ୍ କରିବାର ସମ୍ଭାବନା ରହିଛି।

ପାକିସ୍ତାନରେ ଆତଙ୍କବାଦ ସମସ୍ୟା ଓ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ ବିସିସିଆଇ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ସୂଚନା ମିଳି ନାହିଁ।     

୧୯୯୬ ମସିହା ଦିନିକିଆ କ୍ରିକେଟ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମଥର ପାଇଁ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି। ହେଲେ ଏଥିପାଇଁ ଭାରତକୁ ମନାଇବାରେ ସଫଳ ହୋଇପାରି ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ।

ଏହାପୂର୍ବରୁ ୨୦୧୮ ମସିହାରେ ପାକିସ୍ତାନ ଏସିଆ କପ କ୍ରିକେଟ୍ ଆୟୋଜନ କରିଥିଲା। ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ଥିବା ଭାରତର ସବୁ ମ୍ୟାଚ ପାକିସ୍ତାନ ବଦଳରେ ଶ୍ରୀଲଙ୍କାରେ ଖେଳାଯାଇଥିଲା।

୨୦୨୫ ଫେବ୍ରୁଆରି ୧୯ ତାରିଖରୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆରମ୍ଭ ହେବ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଆଇସିସି ନିକଟରେ ଟୁର୍ଣ୍ଣାମେଣ୍ଟର ଏକ ଡ୍ରାଫ୍ଟ ଖେଳସୂଚୀ ଦାଖଲ କରାଯାଇଛି। ଏଥିରେ ମାର୍ଚ୍ଚ ୧ ତାରିଖରେ ଲାହୋରରେ ଭାରତ-ପାକିସ୍ତାନ ମୁକାବିଲା ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ କରାଯାଇଛି।

Tags: #ICCChampionsTrophy2025 #Pakistan #TeamIndia #Cricket #BCCI #ICC

LEAVE A REPLY

Please enter your comment!
Please enter your name here