ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିବ ବିଶ୍ଵର ପ୍ରଥମ କଳା ବାଘ ସଫାରି। ଏହାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ (ସିଜେଡଏ) ଅନୁମୋଦନ ମିଳିଛି। ଏହା ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ (ଏନଟିସିଏ) ଦ୍ଵାରା ପ୍ରକଳ୍ପର ଡିଜାଇନକୁ ଅନୁମୋଦିତ କରାଯାଇଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ପିସିସିଏଫ ସୁସାନ୍ତ ନନ୍ଦ ସୂଚନା ଦେଇଛନ୍ତି।

ବାରିପଦାରୁ ୧୦ କିଲୋମିଟର ଦୂରରେ ଥିବା ମଞ୍ଚିଆପଡାରେ ପ୍ରାୟ ୧୦୦ ଏକର ଜାଗାରେ ଏହି କଳା ବାଘ ସଫାରୀ ନିର୍ମାଣ ହେବ। ଏଠାରେ ବାଘଙ୍କ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏଥିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୩ଟି କଳା ବାଘଙ୍କୁ ଛଡ଼ାଯିବ।

“ବାଘଙ୍କ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ଓଡ଼ିଶା। ବାଘମାନଙ୍କ ଖାଦ୍ୟପେୟର ପରିବେଶ ରାଜ୍ୟରେ ଭଲ ରହିଛି। ରାଜ୍ୟରେ ବାଘଙ୍କ ସଂଖ୍ୟା ବଢ଼ିବା ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କଳା ବାଘ ସଫାରିକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ପାଇଁ ଆମେ ଯୋଜନା ରଖିଛୁ”, କହିଛନ୍ତି ସୁଶାନ୍ତ ନନ୍ଦ।

ଚଳିତ ବର୍ଷ ଜାନୁଆରି ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିମିଳିପାଳ ଗସ୍ତ କରି ଏଠାରେ ବିଶ୍ଵର ପ୍ରଥମ କଳାବାଘ (ମେଲାନିଷ୍ଟିକ୍ ଟାଇଗର) ସଫାରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।   

Tags: #MelanisticTigerSafari #SimilipalTigerReserve #Environment #Mayurbhanj #Odisha

LEAVE A REPLY

Please enter your comment!
Please enter your name here