ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁର ୫ ଦିନ ପରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଶରୀରରେ ଏକାଧିକ କ୍ଷତ ପାଇଁ ମଧୁମିତା ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।

ରିପୋର୍ଟରେ ଆହୁରି ଦର୍ଶାଯାଇଛି, ଟ୍ରେନ ଆଗକୁ ଡେଇଁ କିଛି ବାଟ ଘୋଷାଡ଼ି ହେବା ପରେ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦାମ୍ପତ୍ୟ ଜୀବନରେ ଝଡ଼ ଯୋଗୁଁ ଜୁଲାଇ ୨୪ ତାରିଖ ସନ୍ଧ୍ୟାରେ ମଧୁମିତା ପରିଡ଼ା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମୃତ ମଧୁମିତାଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଧୁମିତାଙ୍କ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ।

ମୃତ୍ୟୁ ପୂର୍ବରୁ ମଧୁମିତା ପ୍ରାୟ ୪ ମିନିଟର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ଵାମୀ ସମ୍ପର୍କ କରି ତାଙ୍କୁ ଧୋକା ଦେଉଥିବା ଭିଡିଓଟିରେ ମଧୁମିତା ଅଭିଯୋଗ କରିଥିଲେ।

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା ଉପରୁ ପରଦା ହଟାଇବାକୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ। ଅଭିଯୁକ୍ତ ଶ୍ରୀଧରଙ୍କ ମୋବାଇଲ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି। ମୋବାଇଲ ଡାଟା ରିକଭରି ପରେ ମଧୁମିତାଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ଜାଣି ହେବ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

 Tags: #JournalistMadhumitaParida #SuicideCase #Death #PostMortemReport #DomesticViolence #Bhubaneswar #PoliceInvestigation

LEAVE A REPLY

Please enter your comment!
Please enter your name here