ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ଭୁବନେଶ୍ଵର, ସୋନପୁର, ବରଗଡ଼, ବଲାଙ୍ଗିର ସମେତ ରାଜ୍ୟର ୧୦ଟି ସ୍ଥାନରେ ଥିବା ରାମଚନ୍ଦ୍ର ମିଶ୍ରଙ୍କ କାର୍ଯ୍ୟାଳୟ ସମେତ ଘର ଉପରେ ସୋମବାର ଦିନ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ଉ ବେଳେ ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ ଭିଜିଲାନ୍ସ ଟିମ୍।

ରାଜ୍ୟର ବିଭିନ୍ନ ସ୍ଥାନରେ ରାମଚନ୍ଦ୍ର ମିଶ୍ରଙ୍କର ୫୨ଟି ପ୍ଲଟ ରହିଥିବା ଚଢ଼ଉ ସମୟରେ ଠାବ ହୋଇଛି। ଏହା ସହ ତାଙ୍କର ୫ଟି କୋଠା, ରାଇସ ମିଲ, ଫାର୍ମହାଉସ, ନଗଦ ଟଙ୍କା, ସୁନାଗହଣା, ବ୍ୟାଙ୍କ ଡିପୋଜିଟ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ଏପଟେ ରାମଚନ୍ଦ୍ର ମିଶ୍ର କହିଛନ୍ତି, “ମୁଁ କାହାର କିଛି କ୍ଷତି କରିନାହିଁ। ଭଗବାନ ଅଛନ୍ତି, ଯାହା ସତ ପଦାକୁ ଆସିବ।”

ଆଶ୍ଚର୍ଯ୍ୟର କଥା ଏତେ ଘର ଥାଇ ମଧ୍ୟ ଭୁବନେଶ୍ଵର ଧର୍ମ ବିହାର ଅଞ୍ଚଳରେ ରାମଚନ୍ଦ୍ର ମିଶ୍ର ଭଡ଼ାଘରେ ରହୁଥିଲେ। ରାମଚନ୍ଦ୍ର ମିଶ୍ର ଅବକାରୀ ବିଭାଗରେ ସବଇନ୍ସପେକ୍ଟର ଭାବେ ଚାକିରି ଆରମ୍ଭ କରିଥିଲେ। ଆଉ ୮ ମାସ ଯାଇଥିଲେ ସେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି।

Tags: #Vigilanceraid #Vigilanceraid #RamachandraMishra #Corruption #Bhubaneswar #Odisha

LEAVE A REPLY

Please enter your comment!
Please enter your name here