ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଏହି ନିର୍ବାଚନ ପାଇଁ ନାମାଙ୍କନ କରିଛନ୍ତି। କିଛି ବିଜେପି ବିଧାୟକ ତାଙ୍କ ପ୍ରସ୍ତାବକ ରହିଥିବା ସୂଚନା ମିଳିଛି। ଏହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଜଗନ୍ନାଥ ପ୍ରଧାନ ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ନାମାଙ୍କନ ସମୟରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ, ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ଵାଇଁ ଓ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଜଗନ୍ନାଥ ପ୍ରଧାନଙ୍କ ନାମାଙ୍କନରେ ପ୍ରସ୍ତାବକ ଥିବା ସୂଚନା ମିଳିଛି।
ତେବେ ଏଥର ରାଜ୍ୟସଭା ନିର୍ବାଚନରେ ବିଜେପି ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଥିବାବେଳେ ଜଗନ୍ନାଥ ପ୍ରଧାନ କାହିଁକି ସ୍ଵାଧୀନ ପ୍ରାର୍ଥୀ ହେଲେ, ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଗନ୍ନାଥ ପ୍ରଧାନ ଚଳିତ ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର-ମଧ୍ୟ ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ସେ ମାତ୍ର ୩୭ଟି ଭୋଟରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ।
Tags: #RajyasabhaElection #Nomination #JagannathPradhan #BJP #Politics #OdishaPolitics