ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି। ଅଧିକାଂଶ  ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ଏହାଦ୍ୱାରା କେବେକେବେ ଲୋକଙ୍କ ଜୀବନ ବି ଚାଲିଯାଉଛି। ତେବେ ଉଚ୍ଚ ରକ୍ତଚାପର ଚିକିତ୍ସା ଠିକ୍ ସମୟରେ ନକଲେ ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ତଥା ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। 

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଡାଏଟ୍‌ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବା ପାଇଁ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ ବୋଲି ଡାଏଟିସିଆନ କୁହନ୍ତି।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେମିତି ଡାଏଟ କରିବେ, କ’ଣ ଖାଇବେ କ’ଣ ଖାଇବେ ନାହିଁ, ସେ ସମ୍ପର୍କରେ ଡାଏଟିସିଆନ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diet #HighBloodPressure #Food #OdiaHealthTips

LEAVE A REPLY

Please enter your comment!
Please enter your name here