ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି କାର୍ତ୍ତିକ ମାସ। ଆଜି ହେଉଛି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ମାଛ, ମାଂସ ଦୋକାନ ମୁହାଁ ହୋଇଛନ୍ତି। ସମସ୍ତେ ନିଜ ମନ ମୁତାବକ ଆମିଷ ଖାଦ୍ୟ କିଣି ନେଉଛନ୍ତି। ତେବେ ଆଜି ମଙ୍ଗଳବାର ଥିବାରୁ ଆମିଷ ବଜାର ଟିକେ ମାନ୍ଦା ରହିଥିବା ଦେଖିବାକୁ ମିଳିଛି।

ଛାଡ଼ଖାଇରେ ଭୁବନେଶ୍ଵରର ବିଭିନ୍ନ ଆମିଷ ବଜାରରେ ମାଛ, ମଟନ୍ ଓ ଚିକେନ୍ କିଣିବାକୁ ଗ୍ରାହକଙ୍କ ଭିଡ଼ ଜମିଛି। ଲୋକଙ୍କ ଡିମାଣ୍ଡକୁ ଦେଖି ବ୍ୟବସାୟୀମାନେ ବି ପୁରା ପ୍ରସ୍ତୁତ ହୋଇଛନ୍ତି। ଛାଡ଼ଖାଇ ପାଇଁ ଆମିଷ ଦର ସାଧାରଣ ଦିନ ଅପେକ୍ଷା କିଛି ଅଧିକ ରହିଛି।

ସେହିପରି ଛାଡ଼ଖାଇ ଲାଗି ବିଭିନ୍ନ ହୋଟେଲରେ ମଧ୍ୟ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। କାର୍ତ୍ତିକ ମାସ ସାରା ହୋଟେଲଗୁଡ଼ିକରେ ବିକ୍ରିବଟା କମ ରହୁଥିଲା। ହେଲେ ଆଜିଠୁ ବେପାର ବଢ଼ିବ ବୋଲି ପରିଲକ୍ଷିତ ହେଉଛି।

ଅନ୍ୟପଟେ ମଙ୍ଗଳାବାର ଯେଉଁମାନେ ଆମିଷ ଖାଆନ୍ତି ନାହିଁ, ସେମାନେ ବୁଧବାରକୁ ଅପେକ୍ଷା କରିଛନ୍ତି। ତେବେ ବୁଧବାର ଆମିଷ ବଜାର ଜମିବ ବୋଲି ବ୍ୟବାସୀୟୀମାନେ ଆଶା ରଖିଛନ୍ତି।    

Tags: #KartikMasa #ChadaKhai #NonVegFood #NonVegMarket #Food #Odisha

LEAVE A REPLY

Please enter your comment!
Please enter your name here