ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି। ପ୍ରଥମେ ୪୪ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରି ଏହାକୁ ପ୍ରତ୍ୟାହାର କରିନେଇଥିଲା ବିଜେପି। ପୁଣି ୧୫ ଜଣିଆ ତାଲିକା ପ୍ରକାଶ କରିଛି ଦଳ।

ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ତିନୋଟି ପର୍ଯ୍ୟାୟ ପାଇଁ ୪୪ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିଲା। ଏହାକୁ ପ୍ରତ୍ୟାହାର କରାଯାଇ ପ୍ରଥମ ପର୍ଯ୍ୟାୟ ଲାଗି ୧୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏହି ପରିବର୍ତ୍ତନ ପରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ବଢ଼ିଛି।

ଜମ୍ମୁ-କଶ୍ମୀରରେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ, ୨୫ ତାରିଖ ଏବଂ ଅକ୍ଟୋବର ୧ ତାରିଖରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ତିନୋଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପାଇଁ ବିଜେପି ପକ୍ଷରୁ ୧୫ ଜଣ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।

Tags: #Politics #JammuKashmirPolitics #Election #AssemblyElection #BJP #CandidateList

LEAVE A REPLY

Please enter your comment!
Please enter your name here