ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏଥିରେ ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ୪ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ଏନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ବିଜେପି ବିଧାୟକ ମାନସ ଦତ୍ତ ସିଏମ୍ କିଷାନ ଯୋଜନା ଯୋଜନା ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ ଯୋଜନାକୁ ଶୀଘ୍ର ଆରମ୍ଭ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ।

“ଆମେ ରାଜ୍ୟରେ ଶୀଘ୍ର ସିଏମ୍ କିଷାନ ଯୋଜନାକୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଯୋଜନା ଅନ୍ତର୍ଗତ ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା ମିଳିବ। ଯୋଜନାରେ ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିଲେ ସେମାନଙ୍କୁ ସାମିଲ କରିବା ଲାଗି ବ୍ୟବସ୍ଥା କରାଯାଇଛି”, କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

ତେବେ କେଉଁ ଦିନ ଏହି ଯୋଜନାର ଶୁଭାରମ୍ଭ ହେବ ସେ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଗକୁ ଘୋଷଣା କରାଯିବ।

ଚଳିତବର୍ଷର ବଜେଟରେ ଚାଷୀମାନଙ୍କ ଲାଗି ‘ସିଏମ କିଷାନ’ ନାଁରେ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଥିଲା। ଏଥିପାଇଁ ମୋଟ ୧,୯୩୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା।

Tags: #CMKisanYojana #Farmers #AgricultureSector #Odisha

LEAVE A REPLY

Please enter your comment!
Please enter your name here