ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଶନିବାର ଗଣେଶ ପୂଜା ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ସୁଭଦ୍ରା ସଚେତନତା ରଥ ଗଡ଼ିବ। ସେପ୍ଟେମ୍ବର ୧୬ ତାରିଖ ଯାଏଁ ରଥ ଗଡ଼ିବାକୁ ଯୋଜନା ହୋଇଛି। ଏହି ରଥ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

“ଓଡ଼ିଶାର ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ରାଜ୍ୟ ସରକାର ଏହି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ବାବଦରେ ମହିଳାଙ୍କୁ ସଚେତନ କରିବା ପାଇଁ ଆଜି ଏହି  ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଯେପର୍ଯ୍ୟନ୍ତ ସମସ୍ତ ମହିଳା ଏଥିରେ ସାମିଲ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ଅବସରରେ ଓଡ଼ିଶାର ସବୁ ଜିଲ୍ଲା ସଦର ମହକୁମାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ ବିଧାୟକ ଓ ନେତାମାନେ ଏହାର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ।

Tags: #SubhadraYojana #AwarenessCampaign #WomenEmpowerment #Odisha

LEAVE A REPLY

Please enter your comment!
Please enter your name here