ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଢ଼ିଲା ଅନୁକମ୍ପାମୂଳକ ସହାୟତା ରାଶି। ଏଣିକି ଦୁର୍ଘଟଣାରେ ମୃତ୍ୟୁ ହେଲେ ନିର୍ମାଣ ଶ୍ରମିକଙ୍କ ପରିବାରକୁ ମିଳିବ ୬ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି। ସେହିଭଳି ସ୍ଵାଭାବିକ ମୃତ୍ୟୁ ହେଲେ ମୃତକଙ୍କ ପରିବାର ପାଇବେ ୩ ଲକ୍ଷ ଟଙ୍କାର ସହାୟତା ରାଶି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଲୋକସେବା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଘୋଷଣା କରିଛନ୍ତି।

ପୂର୍ବରୁ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଥିବାବେଳେ ସ୍ଵାଭାବିକ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କା ପ୍ରଦାନ କରୁଥିଲେ ରାଜ୍ୟ ସରକାର।

Tags: #ConstructionWorkers #OdishaGovt #ExgratiaAmountforConstructinWorkers #CMOdisha #MohanCharanMajhi #Odisha

LEAVE A REPLY

Please enter your comment!
Please enter your name here