ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ‘ମୋ ସ୍କୁଲ ଅଭିଯାନ’ ର ନାଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ ଅଭିଯାନ’ ନାଁ ବଳଦି ‘ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ’ ହୋଇଛି। ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆରମ୍ଭ ହୋଇଥିଲା ‘ମୋ ସ୍କୁଲ ଅଭିଯାନ’। ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ଏକ ମଞ୍ଚ ଯୋଗାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

‘ମୋ ସ୍କୁଲ ଅଭିଯାନ’ ଏଣିକି ‘ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ’ ନାମରେ ଜଣାଯିବ।

Tags: #MoSchoolAbhiyan #PanchasakhaSiskhyaSetuYojana #OdishaGovt #Odisha #SchoolAndMassEducationDepartment

LEAVE A REPLY

Please enter your comment!
Please enter your name here