ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଡିମେନସିଆ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଡିମେନସିଆ କ’ଣ, ଡିମେନସିଆ ହେବାର କାରଣ କ’ଣ, ଏହାକୁ କେମିତି ଚିହ୍ନିବେ ଓ ଡିମେନସିଆର ଚିକିତ୍ସା କିପରି କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟଣେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ, କେମିତି ଏହାର ଚିକିତ୍ସା କରାଯାଏ ଓ ନିଜ ସ୍ମୃତିଶକ୍ତି କେମିତି ବଢ଼ାଇପାରିବେ, ସେ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Alzheimer #WorldAlzheimerDay #AlzheimersDisease #Dementia #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here