ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତ୍ତକୋତ୍ତର ଶିକ୍ଷା ବିଭାଗ ଆନୁକୁଲ୍ୟରେ ଏକ ୭ ଦିନିଆ ଗବେଷଣା ପଦ୍ଧତି କର୍ମଶାଳା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏହାର ଉଦଘାଟନ କରିଥିଲେ।

ଏହି କର୍ମଶାଳାର ପ୍ରଥମ ଦିନରେ ୪୦ ଜଣ ଗବେଷକ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟରେ ଗବେଷଣା ପରିବେଶ ସୃଷ୍ଟି କରିବା ତଥା ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଇଛି। ଅକ୍ଟୋବର ୧ ତାରିଖ ଯାଏଁ ଏହି କାର୍ମଶାଳା ଚାଲିବ।

ଏହି କାର୍ମଶାଳାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ବିଶ୍ୱଭାରତୀ ଶାନ୍ତି ନିକେତନର ଶିକ୍ଷା ବିଭାଗର ପ୍ରଫେସର କାହ୍ନୁଚରଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହାସହ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ବି.ଏନ ପଣ୍ଡା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଏଠାରେ ପ୍ରଫେସର କାହ୍ନୁଚରଣ ସାହୁ ଏବଂ ପ୍ରଫେସର ବି.ଏନ. ପଣ୍ଡା ଗୁଣାତ୍ମକ ଗବେଷଣା କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।   

କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଅମୁଲ୍ୟ କୁମାର ଆଚାର୍ଯ୍ୟ, କର୍ମଶାଳାର ସାଙ୍ଗଠନିକ ସମ୍ପାଦକ ଡକ୍ଟର ରଞ୍ଜନ କୁମାର ରାଉତ, ସହକାରୀ ଅଧ୍ୟାପିକା ପ୍ରଗତିକା ସିଂହ ପ୍ରମୁଖ ଯୋଗ ଦେଇଥିଲେ।  

Tags: #FakirMohanUniversity #ResearchMethedologyWorkshop #Education #Baleswar

LEAVE A REPLY

Please enter your comment!
Please enter your name here