ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ। ୨୦୨୫ ଫେବ୍ରୁଆରି ୧୫ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ହେବ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

ଚଳିତ ଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ଦୁଇ ପର୍ଯ୍ୟାୟରେ ପରୀକ୍ଷା ହେବ। ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା।

ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ରୁ ୩୦ ତାରିଖ ଯାଏଁ ହେବ। ଆସନ୍ତା ୨୦୨୫ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଯେଉଁ ବିଷୟଗୁଡ଼ିକରେ ପ୍ରାକ୍ଟିକାଲ ରହିଛି, ସେଥିରେ ପ୍ରାକ୍ଟିକାଲ ମାର୍କ ୩୦ ଏବଂ ଥିଓରୀ ମାର୍କ ୭୦ ରହିଛି। ସେହିପରି ଯେଉଁ ବିଷୟଗୁଡ଼ିକରେ ପ୍ରାକ୍ଟିକାଲ ନାହିଁ ସେଥିରେ ଇଣ୍ଟରନାଲ ୨୦ ମାର୍କ ଏବଂ ଥିଓରୀରେ ୮୦ ମାର୍କ ରହିବ ବୋଲି ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Tags: #Education #Examination #Plus2Exam #Odisha #ExamDate

LEAVE A REPLY

Please enter your comment!
Please enter your name here