ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା। ରାଜଧାନୀ ଭୁବନେଶ୍ୱରରେ ଜମୁଛି ଦୁର୍ଗାପୂଜାର ମାହୋଲ। ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଏଥର ପଟିଆରେ ରାଜସ୍ଥାନର ଅମ୍ବର ପ୍ୟାଲେସ ଢାଞ୍ଚାରେ ତିଆରି ତୋରଣ ପାଲଟିଛି ମୁଖ୍ୟ ଆକର୍ଷଣ।

ପ୍ରତିବର୍ଷ ନୂଆ ନୂଆ ଥିମକୁ ନେଇ ପଟିଆରେ ତୋରଣ ନିର୍ମାଣ କରାଯାଉଥିବେଳେ ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜାକୁ ଖାସ୍ କରିବାକୁ ପ୍ରୟାସ କରିଛି ପୂଜା କମିଟି।

୨୭ ବର୍ଷରେ ପଦାର୍ପଣ କରିଛି ପଟିଆ ଦୁର୍ଗାପୂଜା। ୭୨ ଫୁଟ ଉଚ୍ଚତା ଏବଂ ୮୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣ ଖୁବ ଆକର୍ଷଣୀୟ ହୋଇଛି। ଚଳିତ ବର୍ଷ ମା’ଙ୍କ ଲାଗି ୧୬ କେଜିର ଆଭୂଷଣ କରାଯାଇଥିବା କହିଛନ୍ତି ପଟିଆଗଡ଼ ମହାବୀର ଦୂର୍ଗାପୂଜା କମିଟି ସଭାପତି ମହେନ୍ଦ୍ର ପରିଡ଼ା।

ପୂଜା ମଣ୍ଡପ ନିକଟରେ ମୀନା ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୁରକ୍ଷିତ ଏବଂ ସୃଙ୍ଖଳିତ ଦର୍ଶନ ଲାଗି ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

Tags: #DurgaPuja #Dasshera #DurgaPuja2024 #Odisha #PatiaDurgaPujaPandal #Bhubaneswar

LEAVE A REPLY

Please enter your comment!
Please enter your name here