ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଶ୍ରୀମନ୍ଦିରେ ବ୍ୟବହାର ହେବ ଓମଫେଡ ଘିଅ। ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ ଘିଅ ବ୍ୟହବାର କରାଯିବ। ଏ ନେଇ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସ୍ଵତନ୍ତ୍ର ଡିପୋ ଖୋଲିବା ଲାଗି ଓମଫେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।  

ଏହା ସହ ଘିଅର ମୂଲ୍ୟ ହ୍ରାସ କରିବା ଲାଗି ନିଯୋଗ ପକ୍ଷରୁ ହୋଇଥିବା ଦାବି ସମ୍ପର୍କରେ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓମଫେଡ ବ୍ୟତୀତ ଅନ୍ୟ ଘିଅ ଯାଇପାରିବ ନାହିଁ। ନିୟମରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଶ୍ରୀମନ୍ଦିରରେ ଓମଫେଡ ବ୍ୟତୀତ ଅନ୍ୟ ଘିଅ ବ୍ୟବହାର ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଅବଗତ କରାଯିବା ସହ ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Tags: #ShreeMandir #Puri #OMFEDGhee #Odisha #ShreeJaganathTemple

LEAVE A REPLY

Please enter your comment!
Please enter your name here