ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ଏକ୍ସଆଇଏମ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ଆଥଲସ୍’। ଚଳିତବର୍ଷ ଏହି ପ୍ରତିଯୋଗିତାର ୩୭ତମ ସଂସ୍କରଣ ଅକ୍ଟୋବର ୧୮ରୁ ୨୦ ତାରିଖ ଯାଏଁ ଚାଲିଥିଲା। ଏଥିରେ ରାଜ୍ୟର ଏକାଧିକ ବିଶ୍ଵବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ାରେ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ।

ଏହି ୩ ଦିନିଆ ପ୍ରତିଯୋଗିତାରେ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ସହ ଆଇଆଇଏମ ସମ୍ବଲପୁର, ବିର୍ଲା ଗ୍ଲୋବାଲ ୟୁନିଭରସିଟି, କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟ ଓ ଆଇଏମଆଇ ଭୁବନେଶ୍ଵର ଭଳି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ।

ଅକ୍ଟୋବର ୧୮ ତାରିଖରେ ବ୍ୟାଡମିଣ୍ଟନ ଖେଳ ସହ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ଏକ୍ସଆଇଏମବି-୧ ଦଳ ବିଜୟୀ ହୋଇଥିଲା। ଏହାପରେ ପୁରୁଷଙ୍କ କ୍ରିକେଟ୍, ଫୁଟବଲ ଓ ଭଲିବଲ ଭଳି ଦଳଗତ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ସେହିଭଳି ରାତିରେ ପୁଲ୍, ଟେବଲ୍ ଟେନିସ୍ ଓ ଚେସ୍ ଭଳି ଇଣ୍ଡୋର ଗେମ୍ସ ଅନୁଷ୍ଠିତ ହୋଇଥିଲା।

ଅକ୍ଟୋବର ୨୦ ତାରିଖରେ ବିଭିନ୍ନ ଖେଳର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କ୍ରୀଡ଼ା ମହୋତ୍ସବର ସମାପନ ଘଟିଥିଲା। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଫାଦର ଭି ଅର୍କିଆ ଦାସ ଖେଳାଳିଙ୍କୁ ପୁରସ୍କାର ବିତରଣ କରିଥିଲେ। ଏକ୍ସଆଇଏମ ଭୁବନେଶ୍ଵର ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି।

Tags: #XIMUniversity #Athlos2024 #AnnualSportsMeet #XIMB #Bhubaneswar

LEAVE A REPLY

Please enter your comment!
Please enter your name here