ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଭିତରକନିକା ଓ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି।

ଗୁରୁବାର ବିଳମ୍ବିତ ରାତିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଲ୍ୟାଣ୍ଡଫଲ ସମୟରେ ପ୍ରବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି। ବତ୍ୟାର ପ୍ରଭାବ ଧାମରା ଉପରେ ବିଶେଷ ଭାବେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଧାମରା। ବିଭିନ୍ନ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚା ଯାଉଛି। ସେଠାରେ ସେମାନଙ୍କ ରହିବା, ଖାଇବା ଲାଗି ବ୍ୟବସ୍ଥା କରାଯାଇଛି। ଧାମରା ଚାନ୍ଦିନୀପାଳ ଗାଁର ବାତ୍ୟା ଆଶ୍ରୟସ୍ଥଳରୁ ଓଡ଼ିଶାଲାଇଭର ବିଶେଷ ରିପୋର୍ଟ। ଦେଖନ୍ତୁ ଭିଡିଓ।

Tags: #Cyclone #Dhamra #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here