ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଇ ଦିନିଆ ଗସ୍ତରେ ସେ ବହୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ। ଏଥିରେ ଓଡ଼ିଶାର ଦାବି ତଥା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଜେପିର କିଛି ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ନଭେମ୍ବର ୧୮ ତାରିଖରୁ ମୁଖ୍ୟମନ୍ତ୍ରୀ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ। ସେଠାରେ ଆଗାମୀ ‘ଉତ୍କର୍ଷ ଓଡ଼ିଶା’ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବେ। ଏଠାରେ ଏକାଧିକ ଉଦ୍ୟୋଗୀ ଓ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ବୟଥାକ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସିଙ୍ଗାପୁର ଯିବେ।
Tags: #CMMohanCharanMajhi #DelhiVisit #Odisha