ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ପ୍ରଜ୍ଞା ପାରଙ୍ଗମା। ଦ୍ଵିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪ ନମ୍ବର ରାଙ୍କରେ ରହିଛନ୍ତି ପ୍ରଜ୍ଞା। ଆତ୍ମବିଶ୍ଵାସ ଏବଂ କଠିନ ପରିଶ୍ରମ ନିଶ୍ଚୟ ସଫଳତା ଦିଏ ବୋଲି ସେ କୁହନ୍ତି।
ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ୨୦୧୯ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ପ୍ରଜ୍ଞା ପାରଙ୍ଗମା, କିନ୍ତୁ କୋଭିଡ ମହାମାରୀ ତାଙ୍କ ପାଇଁ ବାଧା ସୃଷ୍ଟି କରିଥିଲା। ତଥାପି ସେ ନିଜର ପ୍ରସ୍ତୁତି ଜାରି ରଖିଥିଲେ। ‘ରାଜନୀତି ବିଜ୍ଞାନ ଏବଂ ଅନ୍ତର୍ଜାତୀୟ ସମ୍ପର୍କ’ ବିଷୟ ତାଙ୍କୁ ସଫଳତା ଦେଇଥିବା ପ୍ରଜ୍ଞା କୁହନ୍ତି।
ପରୀକ୍ଷା ପୂର୍ବରୁ ପ୍ରଜ୍ଞା ଦିନକୁ ୧୪ରୁ ୧୬ ଘଣ୍ଟା ପ୍ରସ୍ତୁତି କରୁଥିଲେ। ବାପାଙ୍କ ପ୍ରେରଣା ଏବଂ ନିଜ ଆତ୍ମବିଶ୍ଵାସ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଦେଇଥିବା ପ୍ରଜ୍ଞା ପାରଙ୍ଗମା କୁହନ୍ତି।
Tags: #SuccessStory #PrajnaParangama #Topper #OAS #OCS #OPSC