ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବା ଲାଗି ଅନୁମତି ମିଳିଛି। ତେବେ ଆସନ୍ତା ବର୍ଷଠାରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୧୨ ଶହ ପ୍ଲଟ କରାଯାଇଛି। ସେଥିରୁ ଉପର ପଡ଼ିଆରେ ୬ ଶହ ପ୍ଲଟ ରହିଛି। ବ୍ୟବସାୟୀମାନଙ୍କୁ ଷ୍ଟାଲ ଆବଣ୍ଟନ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଛି। ପାର୍କିଂ ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଇଛି। ଯାତ୍ରା ସମୟରେ ଆମ୍ବୁଲାନ୍ସ ଏବଂ ଭିଆଇପିଙ୍କ ଲାଗି ଏକ ଗ୍ରୀନ କରିଡର ପ୍ରସ୍ତୁତ ରଖାଯିବ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ଶୌଚାଳୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
ଆସନ୍ତା ବର୍ଷ ତଳ ପଡ଼ିଆରେ ବାଲିଯାତ୍ରା ଲାଗି ପ୍ରଶାସନ ପଦକ୍ଷେପ ନେବ। ଏହାସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା କରିବ। ରାସ୍ତା କଡ଼ ଏବଂ ଫୁଟପାଥ ଉପରେ ବ୍ୟବସାୟ ଉପରେ ରୋକ ଲଗାଇଛନ୍ତି କୋର୍ଟ।
Tags: #Historicbaliyatra #cuttack #culture #odisha