ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନରୁ ପ୍ରେମ ସମ୍ପର୍କ ମହଙ୍ଗାର ପଡ଼ିଲା। ଓଡ଼ିଶାର ଜଣେ ଯୁବତୀଙ୍କୁ ବ୍ଲାକମେଲ କରି ଧର୍ମ ପରିବର୍ତ୍ତନ କରିବାକୁ ଚାପକାଉ ଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିହାରର ସମୀର ମନସୁର। ଏ ନେଇ ଭୁବନେଶ୍ଵର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ସମୀର ମନସୁରର ଘର ବିହାରର ଚମ୍ପାରନରେ ହୋଇଥିବାବେଳେ ସେ କଶ୍ମୀରରେ ଚାକିରି କରୁଥିଲେ। ଅନଲାଇନ ଗେମ ଜରିଆରେ ଓଡ଼ିଶାର ଜଣେ ଯୁବତୀଙ୍କ ସହ ସମୀରଙ୍କର ଚିହ୍ନା ପରିଚୟ ହୋଇଥିଲା।

ଅଭିଯୁକ୍ତ ନିଜର ପରିଚୟ ଗୋପନ ରଖି ଯୁବତୀଙ୍କ ସହ ନିଜର ସମ୍ପର୍କକୁ ଆଗକୁ ବଢ଼ାଇଥିଲେ। ଗତ ମାର୍ଚ୍ଚ ମାସରେ ସମୀର ଯୁବତୀଙ୍କୁ ଦେଖା କରିବା ପାଇଁ ଓଡ଼ିଶା ଆସିଥିଲେ। ପରେ ଦୁହେଁ ପୁରୀର ଏକ ହୋଟେଲରେ ରହିଥିଲେ। ସେଠାରେ ସମୀରଙ୍କ ପ୍ରକୃତ ନାଁ ସମୀର ମନସୁର ବୋଲି ଜାଣିବାକୁ ପାଇଥିଲେ ଯୁବତୀ ଜଣକ। ଏହା ପରେ ହୋଟେଲ ରୁମରୁ ଖସି ପଳାଇବାକୁ ଯୁବତୀ ଜଣକ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ସମୀର ଯିବାକୁ ଦେଇନଥିଲେ।

ସେଠାରେ ଉଭୟ ସମୀର ଏବଂ ଯୁବତୀଙ୍କୁ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସମୀର ଯୁବତୀଙ୍କୁ ଧମକ ଚମକ ଦେବା ସହ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ବାଧ୍ୟ କରିଥିଲେ। ବଳ ପୂର୍ବକ ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସମୀରଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି।

ଅଭିଯୁକ୍ତଙ୍କ ପାଖରୁ ତାଙ୍କର ଦୁଇଟି ମୋବାଇଲ, ଆଧାରକାର୍ଡ, ପ୍ୟାନକାର୍ଡ ଆଦି ଜବତ କରାଯାଇଛି। ଜବତ ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯାଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ଡାକ୍ତରୀମାଇନା କରାଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।

କେମିତି ଧରାହେଲା ଅଭିଯୁକ୍ତ?

ଓଡ଼ିଶାର ଯୁବତୀ ସମୀର ମନସୁରଙ୍କ ପ୍ରକୃତ ପରିଚୟ ଜାଣିବା ପରେ ତାଙ୍କଠାରୁ ସବୁ ସମ୍ପର୍କ ଛିନ୍ନ କରିଥିଲା। କିନ୍ତୁ ବିବାହ କରିବାକୁ ଜିଦ ଧରିଥିଲେ ସମୀର। ଏପରିକି ସମୀର ଯୁବତୀଙ୍କ ସହ ଉତ୍ତୋଳନ କରିଥିବା ଆପତ୍ତିଜନକ ଭିଡିଓକୁ ସୋସିଆଲ ମିଡିଆ ସିଇଟରେ ଅପଲୋଡ କରିବା ସହ ଯୁବତୀଙ୍କ ବାପାଙ୍କ ନିକଟକୁ ପଠାଇଥିଲେ। ଏହା ପରେ ୫ ଲକ୍ଷ ଟଙ୍କା ନଦେଲେ ଏହି ଭିଡିଓକୁ ପର୍ଣ୍ଣ ସାଇଟରେ ଅପଲୋଡ କରିବାକୁ ଧମକ୍ ଦେଇଥିଲା ଅଭିଯୁକ୍ତ। ଲୋକ ଲଜ୍ଜା ଭୟରେ ଯୁବତୀଙ୍କ ପରିବାର ଲୋକେ ସମୀରଙ୍କ କଥା ମାନିବାକୁ ଲାଗିଥିଲେ।

ସମୀରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣକ। ଏହା ପରେ ଅଭିଯୁକ୍ତ ସମୀରଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ। ଯୁବତୀ ଜଣକ ସମୀରଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଥିବା କହି ସମୀରଙ୍କୁ ଓଡ଼ିଶା ଆସି ତାଙ୍କ ପରିବାର ଲୋକଙ୍କ ସହ କଥା ହେବାକୁ କହିଥିଲେ। ଶୁକ୍ରବାର ଦିନ ସମୀର ଓଡ଼ିଶାରେ ପହଞ୍ଚିବା ପରେ ତାଙ୍କୁ କାବୁ କରିନେଇଥିଲା ପୋଲିସ। ସମୀରଙ୍କୁ ଥାନାକୁ ନେଇ ପଚରା ଉଚରା କରାଯିବା ପରେ ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Tags: #OnlineLove #Blackmailing #OdishaGirl #Odisha #PoliceAction

LEAVE A REPLY

Please enter your comment!
Please enter your name here