ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡରେ ପରିବର୍ତ୍ତନ ହୋଇଛି। ସବୁ ନର୍ସ ଏବେ ନୂଆ ରଙ୍ଗ ତଥା ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ। ଡ୍ରେସ୍ କୋଡ ପରିବର୍ତ୍ତନ ପାଇଁ ରାଜ୍ୟ ନର୍ସିଂ ସଂଘର ବହୁ ଦିନର ଦାବିକୁ ରାଜ୍ୟ ସରକାର ପୂରଣ କରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଏବେ ନର୍ସମାନେ ଇଷତ ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ନର୍ସମାନଙ୍କ ନୂଆ ଡ୍ରେସ୍ କୋଡରେ ସମ୍ବଲପୁରୀ ଡିଜାଇନକୁ ସାମିଲ କରାଯାଇଛି। ଏହାସହିତ ସେମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ଓ ସାର୍ଟ ମଧ୍ୟ ପିନ୍ଧିବେ।
ସେହିପରି ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟମାନେ ସାୟନ୍ ବ୍ଲୁ ଅର୍ଥାତ ଇଷତ ନୀଳ ରଙ୍ଗର ଶାଢ଼ୀ କିମ୍ବା ଡ୍ରେସ୍ ପିନ୍ଧିବେ। ଏହାସହ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେମାନଙ୍କ ଆପ୍ରନରେ ସମ୍ବଲପୁରୀ ଛିଟ୍ ରହିବ। ଅନ୍ୟପଟେ ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ।
ଅନ୍ୟପଟେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟମାନେ ଧଳା ଜାକେଟ ପିନ୍ଧିବେ ଓ ଏହାର କଲାରରେ ସମ୍ବଲପୁରୀ ଛିଟ ରହିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
Tags: #NursingOfficer #DressCode #Helathcare #HFWDept #Odisha