ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡ଼ା ଉତ୍ସବକୁ ପିଏକ୍ସଇର କାର୍ଯ୍ୟବାହୀ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ପି କେ ଦାସଗୁପ୍ତା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ସ୍କୁଲର ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମୋଟ ୩୦ଟି ବିଭାଗରେ ଉଭୟ ବାଳକ ଓ ବାଳିକାମାନଙ୍କର ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୧୪୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମୋଟ ୩୦ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା।

ଏହା ପରେ ସ୍କୁଲ ପରିସରରେ ପଣ୍ଡିତ ଶିଶୁ ଦିବସ ପାଳନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଏକ୍ସଇର ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ପି କେ ଦାସଗୁପ୍ତା ଯୋଗ ଦେଇ ପାଠପଢ଼ା ସହ ଶାରିରୀକ ଓ ମାନସିକ ସ୍ତରରେ ମଜଭୁତ ହେବାକୁ ପରାମର୍ଶ ଦେଇଥିଲେ। ଶାରିରୀକ ସୁସ୍ଥତା ପାଇଁ ଖେଳକୁଦ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଏବଂ ପ୍ରାଣାୟମର ଆବଶ୍ୟକତା ରହିଥିବା ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ସ୍କୁଲର ସେକ୍ରେଟାରି ତଥା ପିଏକ୍ସଇର ବୈଜ୍ଞାନିକ ରତ୍ନାକର ସାଠୁଆ ମହାପାତ୍ର ଯୋଗ ଦେଇ ଶିଶୁ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପାଠପଢ଼ା ସହ ଖେଳକୁଦର ଆବଶ୍ୟକତା ଉପରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଜୀବନରେ ସଫଳତା ପାଇବା ପାଇଁ ବର୍ତ୍ତମାନଠାରୁ ସ୍ୱପ୍ନ ଦେଖିବା ଆରମ୍ଭ କରିବାକୁ ପ୍ରିନ୍ସିପାଲ ଡକ୍ଟର ପିକେ ସା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ କୁମାର ବାରିକ, ମହେଶ୍ଵର ଜେନା, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ ଯୋଗଦେଇ ଛାତ୍ରାଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷକ ଡକ୍ଟର ପ୍ରତାପ କେଶରୀ ହୋତା, ନିତ୍ୟ ନିରଞ୍ଜନ ରାଉତରାୟ ଏବଂ ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟା ମହାପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Tags: #AnnualSportsMeet #ChandipurRangeSchool #Balasore #Competition #ChildrensDayCelebration

LEAVE A REPLY

Please enter your comment!
Please enter your name here