ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ କମାଲ୍ କରି ଦେଖାଇଛନ୍ତି। ସେ କେରଳର ୱାୟନାଡ ଲୋକସଭା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ୪ ଲକ୍ଷରୁ ଅଧିକ ଭୋଟରେ ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କୁ ପରାସ୍ତ କରିଛନ୍ତି।

ୱାୟନାଡ ଲୋକସଭା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ୬ ଲକ୍ଷ ୨୨ ହଜାର ୩୩୮ଟି ଭୋଟ ହାସଲ କରିଛନ୍ତି। ତାଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ସିପିଆଇ ନେତା ସତ୍ୟନ ମୋକେରି ୨ ଲକ୍ଷ ୧୧ ହଜାର ୪୦୭ ଖଣ୍ଡ ଭୋଟ ପାଇ ଦ୍ଵିତୀୟରେ ରହିଥିଲେ। ସେହିପରି ବିଜେପି ପ୍ରାର୍ଥୀ ନାବ୍ୟା ହରିଦାସ ୧ ଲକ୍ଷ ୯ ହଜାର ୯୩୯ଟି ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।  

ପ୍ରିୟଙ୍କା ଗାନ୍ଧୀଙ୍କ ଏହି ବିଜୟକୁ ନେଇ କଂଗ୍ରେସ ସମର୍ଥକମାନେ ଉତ୍ସାହିତ ଅଛନ୍ତି। ପ୍ରିୟଙ୍କାଙ୍କ ନିକଟକୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।    

୨୦୨୪ ଲୋକସଭା ନିର୍ବାଚନରେ ୱାୟନାଡ ସହ ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ସେ ନିଜ ପାରିବାରିକ ଆସନ ରାଏବରେଲିକୁ ନିଜ ପାଖରେ ରଖି ୱାୟନାଡରୁ ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।

Tags: #WayanadByelections #PriyankaGandhi #Congress #Loksabha #Kerela

LEAVE A REPLY

Please enter your comment!
Please enter your name here